ETV Bharat / bharat

ପୁଞ୍ଛରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

author img

By

Published : Jul 2, 2020, 11:52 AM IST

ଗୁରୁବାର ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାର ଶାହପୁର ଏବଂ କିରନି ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

ପୁଞ୍ଛରେ ଅସ୍ତ୍ରବିରତି ଉଲ୍ଲଂଘନ
ପୁଞ୍ଛରେ ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର: ପୁଣିଥରେ ସାମ୍ନାକୁ ଆସିଛି ପାକିସ୍ତାନର ଅସଲି ଚେହେରା । ପାକିସ୍ତାନ ଏଲ୍‌ଓସି ନିକଟରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଏବଂ ଏହାର ଦୋଷ ଭାରତ ମୁଣ୍ଡରେ ଲଦିଦେଉଛି । ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଭାରତକୁ ଦୋଷ ଦେଇ ବୁଧବାର ଭାରତର ଡେପୁଟି ହାଇକମିଶନରଙ୍କୁ ସମନ କରିଥିବା ପାକିସ୍ତାନ ଗୁରବାର ନିଜେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।

ଗୁରୁବାର ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାର ଶାହପୁର ଏବଂ କିରନି ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ସକାଳ 9.30 ମିନିଟ ସମୟରେ ପାକିସ୍ତାନ ସୈନିକ ଭାରତୀୟ ଚେକପୋଷ୍ଟକୁ ଟାର୍ଗେଟ କରି ଗୁଳି ଏବଂ ମୋର୍ଟାର ମାଡ କରିଛନ୍ତି । ତେବେ ଭାରତୀୟ ସେନା ଏହାର କଡା ଜବାବ ଦେଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖର ଗଲୱାନ୍‌ ଘାଟି ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ -ଚୀନ୍‌ ମଧ୍ୟରେ ସୀମା ବିବାଦ ଅତି ଭୟଙ୍କର ରୂପ ନେଇଛି । ସେପଟେ ଏହାର ଏହାର ଫାଇଦା ଉଠାଇବାକୁ ଚାହୁଁଛି ପାକିସ୍ତାନ । ଏଥିପାଇଁ ପ୍ରତିଦିନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.