ନୂଆଦିଲ୍ଲୀ: ଧାରା 370 ଉଚ୍ଛେଦ ହେବା ସହ ଜମ୍ମୁ-କାଶ୍ମୀରର ପୁର୍ନଗଠନ ନେଇ କ୍ଷୁବ୍ଧ ପାକ୍ ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଯିବାକୁ ଧମକ ଦେଇଛି । ଚୀନ ଗସ୍ତରୁ ଫେରିଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେସୀ ଶନିବାର ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ।
ଜମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ପୁଣି ଥରେ ୟୁଏନଏସସିରେ ପ୍ରସ୍ତାବ ଆଗତ କରିବ ପାକ୍ । ଏଥିପାଇଁ ଚୀନ ମଧ୍ୟ ପାକିସ୍ତାନକୁ ସମର୍ଥନ କରୁଥିବା କଥା ସେ କହିଛନ୍ତି । ପାକ୍ର ଏହି ବୟାନରେ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
370 ଧାରା ଉଚ୍ଛେଦ ନେଇଥିବା ଭାରତର ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ଚୀନ ଗସ୍ତରେ ଥିଲେ ପାକ୍ ବୈଦେଶିକ ମନ୍ତ୍ରୀ । ଏହି ସମୟରେ ଚୀନ କୁରେସୀକୁ ପାକିସ୍ତାନ ସହ ସମ୍ପର୍କ ଖରାପ ନକରିବାକୁ ଏବଂ ଘାଟିରେ ଶାନ୍ତିଶୃଙ୍ଖଳା ନଭାଙ୍ଗିବାକୁ ପରାମର୍ଶ ଦେଇଥିଲେ ।
ପାକିସ୍ତାନ ଗତ କିଛି ଦିନ ତଳେ ୟୁଏନଏସସିକୁ 370 ଧାରା ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଏକ ଚିଠି ଲେଖିଥିଲେ । କିନ୍ତୁ ଏନେଇ ଯୁଏନଏସସି ପକ୍ଷରୁ ପାକ୍କୁ କୌଣସି ପ୍ରତିକ୍ରିୟା ମିଳିନଥିଲା ।