ETV Bharat / bharat

ଆଭ୍ୟନ୍ତରୀଣ ମାମଲାରେ ଦଖଲ ନଦେବା ପାଇଁ ପାକିସ୍ତାନକୁ ଭାରତର କଡା ଚେତାବନୀ

author img

By

Published : Aug 6, 2020, 5:56 PM IST

ରାମ ମନ୍ଦିର ଭୂମି ପୂଜାକୁ ନେଇ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ବୟାନର କଡା ଜବାବ ଦେଇଛି ଭାରତ । ପାକିସ୍ତାନ ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହନ ଦେବା ବନ୍ଦ କରୁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ଆଭ୍ୟନ୍ତରୀଣ ମାମଲାରେ ଦଖଲ ନଦେବା ପାଇଁ ପାକିସ୍ତାନକୁ ଭାରତର କଡା ଚେତାବନୀ
ଆଭ୍ୟନ୍ତରୀଣ ମାମଲାରେ ଦଖଲ ନଦେବା ପାଇଁ ପାକିସ୍ତାନକୁ ଭାରତର କଡା ଚେତାବନୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜାକୁ ନେଇ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ବୟାନର କଡା ଜବାବ ଦେଇଛି ଭାରତ । ସୀମାରେ ଆତଙ୍କବାଦ କାର୍ଯ୍ୟକଳାପ ସହ ଲିପ୍ତ ଏକ ଦେଶର ଏହି ଆଭିମୁଖ୍ୟ ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି ଯେ ରାମ ମନ୍ଦିର ସମ୍ପୂର୍ଣ୍ଣ ଭାବରେ ଭାରତର ଆଭ୍ୟନ୍ତରୀଣ ମାମଲା । ଏଥିରେ ପାକିସ୍ତାନ ହସ୍ତକ୍ଷେପ ନକରିବା ଉଚିତ । ଏହାସହ ପାକିସ୍ତାନ ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହନ ଦେବା ବନ୍ଦ କରୁ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ରାମ ମନ୍ଦିର ଭୂମି ପୂଜାକୁ ନେଇ ଆପତ୍ତି ଜାହିର କରିଥିଲା ପାକିସ୍ତାନ । ସୁପ୍ରିମକୋର୍ଟଙ୍କ ତ୍ରୃଟିପୂର୍ଣ୍ଣ ନିର୍ଣ୍ଣୟ ମନ୍ଦିର ନିର୍ମାଣର ମାର୍ଗକୁ ପ୍ରସସ୍ତ କରିଥିବା ବେଳେ ଭାରତରେ ଅଳ୍ପ ସଂଖ୍ୟକଙ୍କ ପୂଜାସ୍ଥଳରେ ଆକ୍ରମଣ ବଢିୁଥିବା ପାକିସ୍ତାନ ନିଜ ବୟାନରେ କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.