ETV Bharat / bharat

ଜମ୍ମୁ-କାଶ୍ମୀରରେ ମୋବାଇଲ ନେଟୱାର୍କ ସେବା ଯୋଗାଇବାକୁ ଯୋଜନା କରୁଛି ପାକିସ୍ତାନ !

author img

By

Published : Oct 19, 2020, 4:40 PM IST

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜାମ୍ମୁ କାଶ୍ମୀରରେ ନିଜର ମୋବାଇଲ୍ ନେଟୱାର୍କ କଭରେଜ୍ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜମ୍ମୁ କାଶ୍ମୀରରେ ନିଜର ମୋବାଇଲ୍ ନେଟୱାର୍କ କଭରେଜ୍ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା କେବଳ ପାକିସ୍ତାନର ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ଉପତ୍ୟକାରେ ପ୍ରବେଶ କରିବାକୁ ସାହାଯ୍ୟ କରିବନି ବରଂ ସରକାରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ବି ପ୍ରୋତ୍ସାହିତ କରିବ ବୋଲି ବିଶେଷଜ୍ଞ କହିଛନ୍ତି ।

ନୂଆଦିଲ୍ଲୀର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନର ଟେଲିକମ୍ ଟାୱାର ଗୁଡିକୁ ସୁଦୃଢ କରିବା ଏବଂ ନୂତନ ନିର୍ମାଣ ପାଇଁ ଏହି ଯୋଜନା ପ୍ରାୟ ଏକ ବର୍ଷ ଧରି ଚାଲି ଆସିଛି । କାଶ୍ମୀରରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ପାଇଁ ଏହା ପୂର୍ବରୁ ଥିବା ଫୋନ୍ ନେଟୱାର୍କକୁ ଶକ୍ତିଶାଳୀ କରିବା ପାଇଁ ପ୍ରଥମେ ଯୋଜନା କରାଯାଉଥିଲା କିନ୍ତୁ ଧାରା 370 ରଦ୍ଦ ପରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଏହାକୁ ବ୍ୟାପକ କରିବାକୁ ସ୍ଥିର କଲେ ।

ତେବେ 370 ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଥିଲା । କୌଣସି ଗୁଜବ ପ୍ରଚାରକୁ ରୋକିବା ପାଇଁ ଭାରତ ସରକାର ଏପରି ପଦକ୍ଷେପ ଗ୍ରହଣ କରିଥିଲେ । ଯଦି ପାକିସ୍ତାନ ଜମ୍ମୁ-କାଶ୍ମୀରରେ ମୋବାଇଲ୍ ସେବା ଯୋଗାଇବାରେ ସଫଳ ହୁଏ ତେବେ କାଶ୍ମୀରବାସୀଙ୍କ ପାଇଁ ଭାରତୀୟ କମ୍ପାନୀ ବ୍ୟତିତ ଅନ୍ୟ ବିକଳ୍ପ ମଧ୍ୟ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.