ETV Bharat / bharat

ଆତଙ୍କବାଦୀଙ୍କୁ ପାଣ୍ଠି ଦେବା ବନ୍ଦ କରୁ ପାକିସ୍ତାନ: କେନ୍ଦ୍ର ଗୃହମନ୍ତ୍ରୀ - state home minister kishan reddy

ଆତଙ୍କବାଦ ପ୍ରସଙ୍ଗକୁ ନେଇ ସମଗ୍ର ବିଶ୍ବରେ ଏକଘରିଆ ହୋଇପଡିଛି ପାକିସ୍ତାନ । ନିଜ ଭିଟାମାଟିରେ ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ପ୍ରୋତ୍ସାହନ ଦେବାକୁ ବିଶ୍ବ ସମୁଦାୟର ଟାର୍ଗେଟରେ ରହିଛି ପାକିସ୍ତାନ । ଏପ୍ରସଙ୍ଗର ମତ ରଖି କେନ୍ଦ୍ର ଗୃହରାଷ୍ଟ୍ର ଜି.କିଶନ ରେଡ୍ଡୀ କହିଛନ୍ତି ଯେ ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ସହାୟତା ଦେବା ବନ୍ଦ କରୁ ।

ଡିଜାଇନ ଫଟୋ
author img

By

Published : Jul 15, 2019, 1:06 PM IST

ସିକନ୍ଦରବାଦ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଜି.କିଶନ ରେଡ୍ଡୀ । ନିଜ ମାଟିରେ ପାକିସ୍ତାନ ଆତଙ୍କୀ ଗୋଷ୍ଠୀଙ୍କୁ ଦେଉଥିବା ସହାୟତାକୁ ବନ୍ଦ କରୁ । ନିଜର ସଂସଦୀୟକ୍ଷେତ୍ର ସିକନ୍ଦରବାଦ ଠାରେ ଆୟୋଜିତ ହୋଇଥିବା ଦଳୀୟ ପଦଯାତ୍ରାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଆତଙ୍କବାଦ ପ୍ରସଙ୍ଗରେ ମତ ରଖି ସେ କହିଛନ୍ତି ଯେ, ବିଜେପି ସବୁବେଳେ ପାକିସ୍ତାନ ସହ ସୁସମ୍ପର୍କ ରଖିବାକୁ ଚାହେଁ । ହେଲେ ଆତଙ୍କବାଦ ପ୍ରସଙ୍ଗରେ ସ୍ପଷ୍ଟ କରିଦେବା ଦରକାର ଯେ ଆତଙ୍କବାଦୀଙ୍କ ପ୍ରତି ସେମାନଙ୍କର ଆଭିମୁଖ୍ୟ କଣ ରହିଛି । ଭାରତ ସମେତ ଅନେକ ରାଷ୍ଟ୍ରର ଚେତାବନୀ ସତ୍ତ୍ବେ ମଧ୍ୟ ପାକିସ୍ତାନ ଆତଙ୍କୀଙ୍କୁ ସାହାଯ୍ୟ ସହଯୋଗ ଯୋଗାଇବା ଜାରି ରଖିଛି ।

ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଜି.କିଶାନ ରେଡ୍ଡୀ । ନିଜ ସଂସଦୀୟ କ୍ଷେତ୍ରର ବିକାଶ ମୁଦ୍ଦା ଉପରେ ମତ ରଖି କହିଛନ୍ତି ଯେ, ଏଠାକାର ବିକାଶ ପାଇଁ ଖୁବ ଶିଘ୍ର ଏକ କାର୍ଯ୍ୟାଳୟ ଖୋଲିବେ । ଏହା ବାଦ ନିଜର ଲୋକସଭା ନିର୍ବାଚନମଣ୍ଡଳୀରେ ଜଳନିସ୍କାସନ, ପାନୀୟଜଳ, ରାସ୍ତା, ଡ୍ରେନେଜ ଏବଂ ଷ୍ଟ୍ରିଟ ଲାଇଟ ଅଭାବକୁ ଖୁବ ଶୀଘ୍ର ଦୂରକରିବା ଉପରେ ଧ୍ୟାନ ଦେବେ ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.