ETV Bharat / bharat

‘କସାବକୁ ହିନ୍ଦୁ ଆତଙ୍କୀ ସଜାଇ ମାରିବାକୁ ଚାହୁଁଥିଲା ପାକିସ୍ତାନ’ - Kasab carried fake ID

କସାବକୁ ପାକିସ୍ତାନ ହିନ୍ଦୁ ଆତଙ୍କବାଦୀ ଭାବେ ମାରିବା ପାଇଁ ହୀନ ଷଡଯନ୍ତ୍ର ରଚିଥିଲା । ମୁମ୍ବାଇର ପୂର୍ବତନ ପୁଲିସ କମିଶନର ରାକେଶ ମାରିଆ ନିଜ ପୁସ୍ତକ 'ଲେଟ୍‌ ମି ସେ ଇଟ୍‌ ନାଓ' ଜରିଆରେ ଏହି ତଥ୍ୟକୁ ସାମ୍ନାକୁ ଆଣିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 18, 2020, 9:38 PM IST

ନୂଆଦିଲ୍ଲୀ: 26/11 ମୁମ୍ବାଇ ଆତଙ୍କୀ ଆକ୍ରମଣରେ ଜୀବନ୍ତ ଧରା ହୋଇଥିବା ଆତଙ୍କବାଦୀ ଆଜମଲ କସାବକୁ ନେଇ ଚାଞ୍ଚଲ୍ୟ କର ତଥ୍ୟା ସାମ୍ନାକୁ ଆସିଛି । କସାବକୁ ପାକିସ୍ତାନ ହିନ୍ଦୁ ଆତଙ୍କବାଦୀ ଭାବେ ମାରିବା ପାଇଁ ହୀନ ଷଡଯନ୍ତ୍ର ରଚିଥିଲା । ମୁମ୍ବାଇର ପୂର୍ବତନ ପୁଲିସ କମିଶନର ରାକେଶ ମାରିଆ ନିଜ ପୁସ୍ତକ 'ଲେଟ୍‌ ମି ସେ ଇଟ୍‌ ନାଓ' ଜରିଆରେ ଏହି ତଥ୍ୟକୁ ସାମ୍ନାକୁ ଆଣିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ରାକେଶ ମାରିଆ ନିଜର ଏହି ପୁସ୍ତକରେ ମୁମ୍ବାଇ ଆକ୍ରମଣକୁ ନେଇ ଏଭଳି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ପୁସ୍ତକରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତ କସାବକୁ ଜଣେ ହିନ୍ଦୁ ବୋଲି ମାନିନେବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲା । ଏହାସହ ଜୀବନ୍ତ ଭାବେ ଧରାପଡିବା ପରେ ଆଇଏସଆଇ ଦାଉଦ ଇବ୍ରାହିମ ଗ୍ୟାଙ୍ଗକୁ କସବକୁ ଜେଲରେ ମାରିବା ପାଇଁ ସୁପାରି ଦେଇଥିଲା ବୋଲି ରାକେଶ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ଏହି ପୁସ୍ତକରେ କସାବର ମୃତ୍ୟୁ ପରେ ତାର ପରିଚୟ ବେଙ୍ଗାଲୁରୁ ନିବାସୀ ସମୀର ଦିନେଶ ଚୌଧୁରୀ ନାମରେ ଜଣାପଡିବା ପାଇଁ ସମସ୍ତ ତୈୟାରି କରିଥିଲା । ତାକୁ ହିନ୍ଦୁ ବୋଲି ଦର୍ଶାଇବା ପାଇଁ ନକଲି ପରିଚୟ ପତ୍ର ଓ ହାତରେ ଲାଲ ରଙ୍ଗର ଫିତା ମଧ୍ୟ ବାନ୍ଧାଯାଇଥିଲା । ଏହାସହ କସବର ମୃତ୍ୟୁ ପରେ ତାକୁ ହିନ୍ଦୁ ଆତଙ୍କୀ ଭାବେ ପ୍ରଚାରିତ କରିବା ପାଇଁ ଲସ୍କର-ଇ-ତୋଇବା ସମସ୍ତ ଯୋଜନା କରିଥିବା ସେ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ମାତ୍ର କସବ ଜୀବନ୍ତ ଭାବେ ଧରା ପଡିବା ପରେ ପାକିସ୍ତାନର ସମସ୍ତ ଯୋଜନା ପଣ୍ଡ ହୋଇଥିଲା ।

ଆକ୍ରମଣ ସମୟରେ ହାତରେ ଲାଲ ରଙ୍ଗର ଫିିତା ବାନ୍ଧି ଥିବା କସବକୁ ଛତ୍ରପତି ଶିବାଜୀ ଟର୍ମିନାଲର ସିସିଟିଭିରେ କଏଦ ହୋଇଥିବା ଫଟୋ ସାର୍ବଜନୀନ ହୋଇଥିଲା । ଏହାକୁ ନେଇ ନିଜ ପୁସ୍ତକରେ ମାରିଆ ଉଲ୍ଲେଖ କରିଛନ୍ତି ଯେ ମୁମ୍ବାଇ ପୋଲିସ ପୂର୍ଣ୍ଣ ପ୍ରୟାସ କରିଥିଲା ଏହି ଫଟୋ ଯେଉଁଭଳି ଭାବରେ ଲିକ୍‌ ନହୁଏ । ମାତ୍ର ପରେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଙ୍କ ନିର୍ଦ୍ଦେଶ କ୍ରମେ ଏହି ଫଟୋକୁ ପ୍ରଘଟ କରାଯାଇଥିଲା ।

ଏହିଭଳି ଅନେକ ରୋଚକ ତଥ୍ୟ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି । କିଭଳି ଭାବରେ କସବ ଆତଙ୍କୀ ସଂଗଠନରେ ସାମିଲ ହେଲା ଓ ଭାରତୀୟ ମୁସଲିମଙ୍କୁ ନେଇ ତାର କିଭଳି ମାନସିକତା ରହିଥିବା ସେ ସଂକ୍ରାନ୍ତରେ ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ନିଜ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି ଯେ କସବ ମନରେ ଭାରତୀୟ ମୁସଲମାନ ମାନଙ୍କୁ ନମାଜ ପାଠ କରିବା ପାଇଁ ଦିଆଯାଉନଥିବା ଓ ମସଜିଦ୍‌ରେ ତାଲା ପଡିଥିବା ଅବଧାରଣା ରହିଥିଲା । ଫଳରେ ତା ମନରେ ଥିବା ଭ୍ରାନ୍ତ ଧାରଣାକୁ ଦୁର କରିବା ପାଇଁ ମାରିୟା ତଦନ୍ତକାରୀ ଟିମକୁ କସବକୁ ମେଟ୍ରୋ ଷ୍ଟେସନ ନିକଟ ମସଜିଦକୁ ନେଇଥିଲେ ।

ଏହାସହ କସବକୁ ଜେରା ସମୟର ବାର୍ତ୍ତାଳାପ ଓ ବ୍ୟବହାର କଥା ମଧ୍ୟ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି । କସବ ତାଙ୍କୁ ସାର(ଜନାବ) ବୋଲି ସମ୍ବୋଧନ କରୁଥିବା ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.