ETV Bharat / bharat

ଓଡିଶାକୁ ବଡଦିନ ଶୁଭେଛା ଜଣାଇଲା ପାକିସ୍ତାନ; ଶୁଭେଛାକୁ ନେଇ ସନ୍ଦେହ - ଖ୍ରୀଷ୍ଟଧର୍ମାବଲମ୍ବୀ

ନିଜ ବିଷଜ୍ବାଳାରେ ପୀଡିତ ପାକିସ୍ତାନ ଏବେ ଓଡିଶାରେ ବିଷମଞ୍ଜି ବୁଣିବାକୁ ଉଦ୍ୟମ କରୁଛି। କ’ଣ ଉଦ୍ୟମ କରିଛି ପାକିସ୍ତାନ ପଢନ୍ତୁ ଅଧିକ...

PHOTO
wish to christmaa of odisha
author img

By

Published : Dec 25, 2019, 10:03 PM IST

ଭୁବନେଶ୍ବର: ସାରା ବିଶ୍ବରେ ଧୂମଧାମରେ ଚାଲିଛି ବଡଦିନ ପାଳନ। ଖ୍ରୀଷ୍ଟ ଧର୍ମାବଲମ୍ବୀ ସମେତ ସବୁ ସମ୍ପ୍ରଦାୟର ଲୋକେ ଏବେ ଉତ୍ସବ ମୁଖର ଥିବାବେଳେ ଏହି ସମୟରେ ପାକିସ୍ତାନ ନିଜ ପୁରୁଣା ରୋଗରୁ ମୁକୁଳି ପାରୁନାହିଁ। ପୁଣିଥରେ ଭାରତ ବିରୋଧୀ ପନ୍ଥା ଆପଣାଇଛି । ଏବେ ଖୋଦ ପାକିସ୍ତାନ ସେନା ଏକ ଦୁଃସାହାସ କରିଛି । ଖ୍ରୀଷ୍ଟମାସ ଶୁଭେଚ୍ଛା ଆଳରେ ଭାରତ ତଥା ଓଡିଶାରେ ସାମ୍ପ୍ରଦାୟିକ ବିଷ ମଞ୍ଜି ବୁଣିବାକୁ ଚେଷ୍ଟା କରିଛି।

PHOTO
ଓଡିଶାକୁ ବଡଦିନ ପର୍ବ ଶୁଭେଛା ଜଣାଇଲା ପାକିସ୍ତାନ

ପାକିସ୍ତାନ ସେନା ମୁଖପାତ୍ର ଆସିଫ ଘଫୁର ଟ୍ବିଟ କରି ସମସ୍ତ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କୁ ଶୁଭେଛା ଜଣାଇଛନ୍ତି। ନିଜ ଟ୍ବିଟରେ ଓଡିଶାକୁ ମଧ୍ୟ ଶୁଭେଛା ଜଣାଇଛନ୍ତି। ଆସିଫ ଲେଖିଛନ୍ତି ବିଶେଷ କରି ଓଡିଶା ଭଳି ହିନ୍ଦୁତ୍ବ ରାଜ୍ୟ ଥିବା ଖ୍ରୀଷ୍ଟିଆନଙ୍କୁ ମଧ୍ୟ ଶୁଭେଚ୍ଛା। କାହିଁକି କେଉଁ ଉଦ୍ଦେଶ୍ୟ ନେଇ ପାକ ସେନା ମୁଖପାତ୍ର ଓଡିଶାକୁ ନେଇ ଟ୍ବିଟ କରିଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ। କଣ ପାଇଁ ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟ ଉପରେ ପାକିସ୍ତାନ ନଜର ପକାଉଛି। ରାଜ୍ୟରେ ସମସ୍ତ ଧର୍ମାବଲମ୍ବୀଙ୍କ ମଧ୍ୟରେ ଏକତା ଥିବାବେଳେ ଏହାକୁ ସହ୍ୟ କରିପାରୁନି କି ପାକିସ୍ତାନ? ଏହାର ଉଚ୍ଚତର ତଦନ୍ତ ଆବଶ୍ୟକ ହେବା ଦରକାର।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.