ETV Bharat / bharat

ଭାରତ ସହ ଉତ୍ତେଜନା ମଧ୍ୟରେ ହଠାତ୍‌ ନିୟନ୍ତ୍ରଣ ରେଖା ଗସ୍ତ କଲେ ପାକ୍‌ ସେନା ମୁଖ୍ୟ

author img

By

Published : Aug 2, 2020, 1:52 PM IST

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱାଙ୍କ ଗସ୍ତ ପୂର୍ବରୁ ଧାର୍ଯ୍ୟ କରାଯାଇ ନଥିଲା କି ଗଣମାଧ୍ୟମକୁ ଏହା ବିଷୟରେ ଅବଗତ କରାଯାଇନଥିଲା। ସେ ସୈନିକଙ୍କ ସହ ଭେଟି କାଶ୍ମୀର ବିଷୟରେ ଆଲୋଚନା କରିଥିଲେ।

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱା

ଇସଲାମାବାଦ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଜାରି ରହିଛି । ଇତି ମଧ୍ୟରେ ହଠାତ ଏଲଓସି ପରିଦର୍ଶନ କରିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱା । ତେବେ ତାଙ୍କ ଗସ୍ତ ପୂର୍ବରୁ ଧାର୍ଯ୍ୟ କରାଯାଇ ନଥିଲା କି ଗଣମାଧ୍ୟମକୁ ଏହା ବିଷୟରେ ଅବଗତ କରାଯାଇ ନଥିଲା। ସେ ଏଠାରେ ଥିବା ସୈନିକମାନଙ୍କୁ ଭେଟି କାଶ୍ମୀର ବିଷୟରେ ଆଲୋଚନା କରିଥିଲେ। ସୈନିକମାନଙ୍କ ସହ ବାର୍ତ୍ତାଳାପରେ ସେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ଜଣାପଡିଛି ।

ବାଜୱା ପ୍ରଥମେ ଖୁରୈଟା ସେକ୍ଟରରେ ପହଞ୍ଚିଥିଲେ। ସେଠାରେ ଅବସ୍ଥାପିତ ସୈନିକମାନଙ୍କ ସହ କଥା ହୋଇ ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ । ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ ଡିଜି ଆଇଏସଆର ଏକ ବିବୃତ୍ତି ମାଧ୍ୟମରେ ସେନା ମୁଖ୍ୟଙ୍କ ନିୟନ୍ତ୍ରଣ ରେଖା ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଡିଜିଙ୍କ ବିବୃତ୍ତି ଅନୁଯାୟୀ ବାଜୱା ସୈନିକଙ୍କୁ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ପାକିସ୍ତାନ କାଶ୍ମୀରବାସୀଙ୍କୁ ପାକିସ୍ତାନ ସବୁଦିନ ପାଇଁ ସମର୍ଥନ କରିବ ବୋଲି ସେ କହିଛନ୍ତି । ନିୟନ୍ତ୍ରଣ ରେଖାରେ ନିୟୋଜିତ ସୈନିକମାନଙ୍କୁ ସମ୍ବୋଧିତ କରି ବାଜୱା କହିଛନ୍ତି, ଦେଶ ପାଇଁ ଏହା ଏକ କଷ୍ଟକର ସମୟ। କିଛି ବାହ୍ୟ ଶକ୍ତି ଅଛି ଯାହା ପାକିସ୍ତାନକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରୁଛି। ଏପରି ସମୟରେ ସେନାର ଦାୟିତ୍ୱ ବୃଦ୍ଧି ପାଇଯାଏ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସୈନିକମାନଙ୍କ କାର୍ଯ୍ୟ କେବଳ ଦେଶର ସୀମାକୁ ସୁରକ୍ଷା ଦେବା ନୁହେଁ, ଦେଶ ଭିତରେ ଥିବା ପରିସ୍ଥିତି ଉପରେ ମଧ୍ୟ ନଜର ରଖିବା ସେମାନଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ଏଥିସହ ସେ ସୈନିକଙ୍କ ମନୋବଳ ବଢାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.