ETV Bharat / bharat

ବେଙ୍ଗାଲୁରୁ ହିଂସାକୁ ନିନ୍ଦା କଲେ ଓୱେସୀ

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏକ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହୋଇଥିବା ହିଂସାକୁ ନିନ୍ଦା କରିଛନ୍ତି। ଏନେଇ ସେ ଟ୍ବିଟରରେ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ ହିଂସାକୁ ନିନ୍ଦା କଲେ  ଓୱେସୀ
ବେଙ୍ଗାଲୁରୁ ହିଂସାକୁ ନିନ୍ଦା କଲେ ଓୱେସୀ
author img

By

Published : Aug 12, 2020, 10:43 PM IST

ହାଇଦ୍ରାବାଦ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏକ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହୋଇଥିବା ହିଂସାକୁ ନିନ୍ଦା କରିଛନ୍ତି । ଏନେଇ ସେ ଟ୍ବିଟରରେ ପୋଷ୍ଟ କରିଛନ୍ତି ।

ଓୱେସୀ ଟ୍ବିଟରରେ ଉଲ୍ଲେଖ କରିଛନ୍ତି, ‘ବେଙ୍ଗାଲୁରୁରେ ହୋଇଥିବା ହିଂସା ଏବଂ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟଗୁଡିକ ଅତ୍ୟନ୍ତ ନିନ୍ଦନୀୟ। ମୁଁ ସମସ୍ତଙ୍କୁ ହିଂସା ନ କରିବାକୁ ନିବେଦନ କରୁଛି। ଏହି ମାମଲାରେ ଖୁବଶୀଘ୍ର ଶାନ୍ତି ଫେରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତୀଙ୍କ ଭଣଜା ନବୀନଙ୍କ ଦ୍ୱାରା କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟକୁ ନେଇ ମଙ୍ଗଳବାର ରାତିରେ ସହରରେ ହିଂସାକାଣ୍ଡ ଘଟିଥିଲା । ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ । ହିଂସା ଘଟଣାରେ 110 ଜଣଙ୍କୁ ନିଆଁ ଲଗାଇବା, ପଥର ଫିଙ୍ଗିବା ଏବଂ ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ନବୀନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.