ETV Bharat / bharat

ଦେଶରେ କୋଭିଡ୍ ସୁସ୍ଥ ହାର 76.24 ପ୍ରତିଶତକୁ ବୃଦ୍ଧି

author img

By

Published : Aug 27, 2020, 4:18 PM IST

ଦେଶରେ କୋଭିଡ୍ ରୋଗୀଙ୍କ ସୁସ୍ଥ ହାର ଆଜି 76.24 ପ୍ରତିଶତରେ ପହଞ୍ଚିଛି। ତେବେ ଦେଶରେ କୋରୋନା ସକ୍ରିୟ ମାମଲାର ସାଢେ 3 ଗୁଣରୁ ଅଧିକ ହେଲେ ସୁସ୍ଥହାର । ଗତ ଏକ ମାସ ମଧ୍ୟରେ ସୁସ୍ଥରେ ଦେଶ ଶତପ୍ରତିଶତ ବୃଦ୍ଧି ପଞ୍ଜିକୃତ କରିଛି। ଅଧିକ ପଢନ୍ତୁ...

ଦେଶରେ କୋଭିଡ୍ ସୁସ୍ଥ ହାର 76.24 ପ୍ରତିଶତକୁ ବୃଦ୍ଧି
ଦେଶରେ କୋଭିଡ୍ ସୁସ୍ଥ ହାର 76.24 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ସୁସ୍ଥହାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ହେବାରେ ଲାଗିଛି । ଦେଶରେ କୋଭିଡ୍ ରୋଗୀଙ୍କ ସୁସ୍ଥ ହାର ଆଜି 76.24 ପ୍ରତିଶତରେ ପହଞ୍ଚିଛି। ତେବେ ଦେଶରେ କୋରୋନା ସକ୍ରିୟ ମାମଲାର ସାଢେ 3 ଗୁଣରୁ ଅଧିକ ହେଲେ ସୁସ୍ଥହାର । ଗତ ଏକ ମାସ ମଧ୍ୟରେ ସୁସ୍ଥରେ ଦେଶ ଶତପ୍ରତିଶତ ବୃଦ୍ଧି ପଞ୍ଜିକୃତ କରିଛି। ନୀରନ୍ତର, ସମୟାନୁବର୍ତ୍ତୀ ହସ୍ତକ୍ଷେପ ସହିତ 25 ଲକ୍ଷରୁ ଅଧିକ ସୁସ୍ଥ ହୋଇ ଭାରତ ଆଉ ଏକ ରେକର୍ଡ ହାସଲ କଲା ।

ଗତ 24 ଘଣ୍ଟା ମଧ୍ୟରେ କୋରୋନାରୁ 56 ହଜାରରୁ ଅଧିକ ରୋଗୀ ସଫଳତାର ସହ ସୁସ୍ଥ ହୋଇଛନ୍ତି। ଦିଲ୍ଲୀ, ତାମିଲନାଡୁ, ବିହାର, ହରିୟାଣା ଏବଂ ଗୁଜୁରାଟରେ ପୁନରୁଦ୍ଧାର ହାର 80 ପ୍ରତିଶତରୁ ଅଧିକ ରେକର୍ଡ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଦେଶର ମୋଟ ସକ୍ରିୟ କୋରୋନା ମାମଲା ମଧ୍ୟରୁ କେବଳ 0.29 ପ୍ରତିଶତ ଭେଣ୍ଟିଲେଟର ଏବଂ ମୋଟ ରୋଗୀଙ୍କ ମଧ୍ୟରୁ 2 ପ୍ରତିଶତ ଆଇସିୟୁରେ ଅଛନ୍ତି। ଏହି ଘଟଣାରେ ମୃତ୍ୟୁ ହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଏବଂ ବର୍ତ୍ତମାନ 1.83 ପ୍ରତିଶତରେ ପହଞ୍ଚିଛି। ଆସାମ, କେରଳ, ବିହାର, ଓଡିଶା, ତେଲେଙ୍ଗାନା, ତ୍ରିପୁରା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡରେ ମୃତ୍ୟୁ ହାର 1 ପ୍ରତିଶତରୁ କମ୍ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 75 ହଜାରରୁ ଅଧିକ ନୂତନ କୋଭିଡ- 19 ମାମଲା ପଞ୍ଜିକୃତ ହୋଇଛି ଯାହା ସମୁଦାୟ ଆକଳନକୁ 33 ଲକ୍ଷ 10 ହଜାର 235 କୁ ନେଇଛି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ କୋରୋନା ମାମଲା 7 ଲକ୍ଷ 25 ହଜାର 991। ଗୋଟିଏ ଦିନରେ, 1023 ଜଣଙ୍କର ମୃତ୍ୟୁ ହୋଇ ମୋଟ 60 ହଜାର 472 ରେ ପହଞ୍ଚିଥିବା ଜଣାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.