ETV Bharat / bharat

ଦିଲ୍ଲୀ ହସ୍ପିଟାଲରେ କେବଳ ଚିକିତ୍ସା କରିପାରିବେ କି ଦିଲ୍ଲୀବାସୀ ? ପରାମର୍ଶ ଲୋଡିଲେ ସିଏମ - Only Delhi people will be treated at the Delhi Hospital

ରାଜଧାନୀ ଦିଲ୍ଲୀ ସ୍ଥିତ ହସ୍ପିଟାଲରେ କେବଳ ଦିଲ୍ଲୀବାସିନ୍ଦାଙ୍କ ଚିକିତ୍ସା ହୋଇପାରିବ । ଯଦି ଦିଲ୍ଲୀବାସୀ ଏନେଇ ନିଜ ପରାମର୍ଶ ଦିଅନ୍ତି ତେବେ ସରକାର ଏଭଳି ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ଆସନ୍ତା ଶୁକ୍ରବାର ସୁଦ୍ଧା ଏହି ପ୍ରସଙ୍ଗରେ ଲୋକମାନେ ନିଜ ମତାମତ ପଠାଇବାକୁ ସିଏମ କେଜ୍ରିୱାଲ କହିଛନ୍ତି ।

Only Delhi people will be treated at the Delhi Hospital, CM sought public advice
ଦିଲ୍ଲୀ ହସ୍ପିଟାଲରେ କେବଳ ଦିଲ୍ଲୀବାସୀ ହେବେ ଚିକିତ୍ସିତ, ଜନତାଙ୍କ ପରାମର୍ଶ ଲୋଡିଲେ ସିଏମ
author img

By

Published : Jun 1, 2020, 7:09 PM IST

ନୂଆଦିଲ୍ଲୀ: ଏବେ ରାଜଧାନୀ ଦିଲ୍ଲୀ ସ୍ଥିତ ହସ୍ପିଟାଲରେ କେବଳ ଦିଲ୍ଲୀବାସିନ୍ଦାଙ୍କ ଚିକିତ୍ସା ହୋଇପାରିବ । ଯଦି ଦିଲ୍ଲୀବାସୀ ଏନେଇ ନିଜ ପରାମର୍ଶ ଦିଅନ୍ତି ତେବେ ସରକାର ଏଭଳି ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ଦିଲ୍ଲୀରେ ବଢୁଥିବା କୋରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସୋମବାର କେଜ୍ରିୱାଲ ଗଣମାଧ୍ୟମକୁ ସମ୍ବୋଧିତ କରି ଦିଲ୍ଲୀବାସୀଙ୍କୁ ଏ ସମ୍ପର୍କରେ ପରାମର୍ଶ ମାଗିଛନ୍ତି । ଆସନ୍ତା ଶୁକ୍ରବାର ସୁଦ୍ଧା ଏହି ପ୍ରସଙ୍ଗରେ ଲୋକମାନେ ନିଜ ମତାମତ ପଠାଇବାକୁ ସେ କହିଛନ୍ତି ।

Only Delhi people will be treated at the Delhi Hospital, CM sought public advice
ଦିଲ୍ଲୀ ହସ୍ପିଟାଲରେ କେବଳ ଦିଲ୍ଲୀବାସୀ ହେବେ ଚିକିତ୍ସିତ, ଜନତାଙ୍କ ପରାମର୍ଶ ଲୋଡିଲେ ସିଏମ

ସିଏମ କେଜ୍ରିୱାଲ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଦିଲ୍ଲୀ ସହ ଜଡିତ ଅନ୍ୟ ରାଜ୍ୟର ସୀମା ଖୋଲିବାକୁ ପରାମର୍ଶ ଆମେ ପାଇଛୁ । ସେ କହିଛନ୍ତି ଯେ ଦିଲ୍ଲୀର ସ୍ୱାସ୍ଥ୍ୟ ସେବା ଆଜି ସାରା ଦେଶରେ ସବୁଠାରୁ ଭଲ ରହିଛି । ତେଣୁ ସୀମା ଖୋଲିବା ପରେ ବାହାର ରାଜ୍ୟର ଲୋକମାନେ ବହୁ ସଂଖ୍ୟାରେ ଏଠାକୁ ଆସିବେ । ଏଭଳି ପରିସ୍ଥିତିରେ ଦିଲ୍ଲୀରେ ରହୁଥିବା ଲୋକଙ୍କୁ ଯେପରି ଅସୁବିଧାର ସାମନା କରିବାକୁ ନପଡେ ସେଥିପାଇଁ ଏହି ପରାମର୍ଶ ଲୋଡା ହୋଇଛି । ସେହିପରି ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କ ପାଇଁ ବେଡକୁ ନେଇ ଉଠିଥିବା ଚିନ୍ତାକୁ ଦୃଷ୍ଟିରେ ରଖି ସେ ଲୋକଙ୍କ ମତାମତ ଲୋଡିଛନ୍ତି । ଦିଲ୍ଲୀର ଡାକ୍ତରଖାନା ଗୁଡ଼ିକରେ ବେଡ ସଂଖ୍ୟା ବିଷୟରେ ସୂଚନା ଦେଇ କେଜ୍ରିୱାଲ କହିଛନ୍ତି ଯେ 9500 ରୁ ଅଧିକ ବେଡର ବ୍ୟବସ୍ଥା ରହିଛି ।

ଗଣମାଧ୍ୟମ ସହ ଆଲୋଚନା ଶେଷରେ କେଜ୍ରିୱାଲ କହିଛନ୍ତି ଯେ, ବର୍ତ୍ତମାନ ପାଇଁ ଏକ ସପ୍ତାହ ପର୍ଯ୍ୟନ୍ତ ସୀମାକୁ ସିଲ୍ କରାଯାଇଛି । ପରାମର୍ଶ ମିଳିବା ପରେ ଏହା ଖୋଲାଯିବ ।

ତେବେ ଶୁକ୍ରବାର ସନ୍ଧ୍ୟା 5ଟା ସୁଦ୍ଧା ଦିଲ୍ଲୀବାସୀ କେବଳ ଏହି ପ୍ରସଙ୍ଗରେ ନିଜ ମତ ରଖିବାକୁ ସିଏମ କେଜ୍ରିୱାଲ କହିଛନ୍ତି । ଲୋକମାନେ ହ୍ବାଟସଆପ, ଫୋନ ଏବଂ ଇମେଲ ମାଧ୍ୟମରେ ସରକାରଙ୍କୁ ନିଜ ମତାମତ ଦେଇପାରିବେ । ହ୍ବାଟ୍ସଆପ୍ ନମ୍ବର 8800007722, ଇମେଲ delhicm.suggestions@gmail.com ଏବଂ 1031 ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ନିଜ ପରାମର୍ଶ ଦେଇପାରିବେ ଦିଲ୍ଲୀବାସୀ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏସବୁ ଜାରି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.