ETV Bharat / bharat

ଭାରତରେ ଅନଲାଇନ୍ ଜୁଆ ଖେଳ, ଯୁବପିଢୀଙ୍କ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ

author img

By

Published : Oct 8, 2020, 3:18 PM IST

ଅନଲାଇନ୍ ଜୁଆ ଭାରତରେ ଆତ୍ମହତ୍ୟାକୁ ଆଗେଇ ନେଇଛି । ବିଶେଷକରି ଯୁବକମାନେ ଶୀଘ୍ର ଟଙ୍କା ରୋଜଗାର ପାଇଁ ସହଜରେ ଆକର୍ଷିତ ହେଉଛନ୍ତି । ବ୍ରିଟେନର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଇଂଲଣ୍ଡରେ ଜୁଆ ଖେଳାଳିଙ୍କ ଆତ୍ମହତ୍ୟା ଅନ୍ୟମାନଙ୍କ ତୁଳନାରେ ସମ୍ଭାବନା 8 ଗୁଣ ଅଧିକ।

ଅନଲାଇନ୍ ଜୁଆ ଖେଳ
ଅନଲାଇନ୍ ଜୁଆ ଖେଳ

ହାଇଦ୍ରାବାଦ: ଅନଲାଇନ୍ ଜୁଆ ଭାରତରେ ଆତ୍ମହତ୍ୟାକୁ ଆଗେଇ ନେଇଛି । ବିଶେଷକରି ଯୁବକମାନେ ଶୀଘ୍ର ଟଙ୍କା ରୋଜଗାର ପାଇଁ ସହଜରେ ଆକର୍ଷିତ ହେଉଛନ୍ତି । ବ୍ରିଟେନର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଇଂଲଣ୍ଡରେ ଜୁଆ ଖେଳାଳିଙ୍କ ଆତ୍ମହତ୍ୟା ଅନ୍ୟମାନଙ୍କ ତୁଳନାରେ ସମ୍ଭାବନା 8 ଗୁଣ ଅଧିକ। ଜୁଆ ସମସ୍ୟା କିମ୍ବା ଲୁଡୋମାନିଆ କ୍ଷତିକାରକ ତଥା ନକାରତ୍ମକ ପରିଣାମ ଦେଉଥିଲେ ବି କ୍ରମାଗତ ଭାବରେ ଜୁଆ ଖେଳିବାକୁ ଉତ୍ସାହିତ ହୋଇଥାନ୍ତି ଯୁବପୀଢି ।

ନିକଟରେ ଅନଲାଇନ୍ ଜୁଆରେ ଆତ୍ମହତ୍ୟା ଏବଂ ଭାରତରେ ଅପରାଧ-

ନିକଟରେ ଅନଲାଇନ୍ ଜୁଆରେ ଆତ୍ମହତ୍ୟା ଏବଂ ଭାରତରେ ଅପରାଧ

2019 ରେ ଭେଙ୍କଟା ସୁବ୍ରମଣ୍ୟନ୍ ଓ ତାଙ୍କ ପତ୍ନୀ ପଟ୍ଟୁ ମୀନାକ୍ଷୀ ଆତ୍ମହତ୍ୟା କରିଥିଲେ । ପୋଲିସର କହିବାନୁସାରେ, ସେମାନେ 5 ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ମାତ୍ର ଅନଲାଇନ୍ ଜୁଆ ଖେଳ ଖେଳୁଥିବାବେଳେ କ୍ଷତି ସହିବାକୁ ପ୍ରାଣ ହରାଇଥିଲେ । 2017 ରେ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଲ୍ୟାବ ଟେକ୍ନିସିଆନ ଭାବରେ କାର୍ଯ୍ୟ କରୁଥିବା ଉଦୟମାନର କେରଳର ଜଣେ 32 ବର୍ଷିୟ ବ୍ୟକ୍ତି ସ୍ଲିପିଂ ଟାବଲେଟ୍ ଖାଇ ଆତ୍ମହତ୍ୟା କରିଥିଲେ।

ଭାରତରେ ଜୁଆ ଖେଳ ନିୟମ-

ଭାରତରେ ଅନଲାଇନ୍ ଗେମିଂ ବା ଜୁଆ ନିୟମ ରାଜ୍ୟ ଅଧିନରେ ଥିବାରୁ ବିଭିନ୍ନ ରାଜ୍ୟରେ ବିଭିନ୍ନ ନିୟମ ରହିଛି । ଯଦି ଗୋଟିଏ ରାଜ୍ୟ ଏହାକୁ ଅନୁମତି ଦେଇଥାଏ ତେବେ ଅନ୍ୟ ରାଜ୍ୟ ଏହାକୁ ବ୍ୟାନ ମଧ୍ୟ କରିପାରିବ ।

ପବ୍ଲିକ ଜୁଆ ଆକ୍ଟ, 1867 ହେଉଛି କେନ୍ଦ୍ରୀୟ ଆଇନ ପ୍ରଣୟନ । ଯାହା ଉତ୍ତରପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ ଇତ୍ୟାଦି ଭାରତର କେତେକ ରାଜ୍ୟ ଦ୍ବାରା ଗ୍ରହଣ କରାଯାଇଛି। ଏହି ନିୟମ ଲଟେରୀ ଏବଂ କୌଶଳ ଖେଳ ବ୍ୟତୀତ ଅନ୍ୟ ଖେଳକୁ ବାରଣ କରିଥାଏ । ଅନ୍ୟ ରାଜ୍ୟଗୁଡିକ ନିଜ ନିଜ ରାଜ୍ୟ ମଧ୍ୟରେ ଖେଳ ବା ଜୁଆ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ନିଜସ୍ବ ଆଇନ ପ୍ରଣୟନ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତରେ ଭର୍ଚୁଆଲ୍ ବା ଅନଲାଇନ୍ ଜୁଆ ଆସିବା ପୂର୍ବରୁ ରାଜ୍ୟ ଆଇନ ପ୍ରଣୟନ କରାଯାଇଛି । ସମ୍ପୃକ୍ତ ରାଜ୍ୟ ବିଧାନସଭାରେ ଜୁଆ ଖେଳର ସନ୍ଦର୍ଭ କେବଳ ଭୌତିକ ପରିସର ସହିତ ରହିଛି । କେବଳ ସିକ୍କିମ୍ ଏବଂ ନାଗାଲାଣ୍ଡରେ ଏହାକୁ ବାରଣ କରାଯାଇଛି।

ଲଟେରୀ ଏବଂ ଜୁଆ ସମ୍ବନ୍ଧୀୟ ଅଧିକାଂଶ କେନ୍ଦ୍ରୀୟ ଏବଂ ରାଜ୍ୟ ଆଇନ ଏପରି ଏକ ସମୟରେ ପ୍ରଣୟନ କରାଯାଇଥିଲା, ଯେତେବେଳେ ଅନଲାଇନ୍ ମାଧ୍ୟମ ହିଁ ନଥିଲା । ଇଣ୍ଡିଆନ୍ ପୋକର୍ ଆସୋସିଏସନ୍ ବନାମ କର୍ଣ୍ଣାଟକ-2013 ମାମଲାରେ ବାଙ୍ଗାଲୋର ହାଇକୋର୍ଟ କହିଛନ୍ତି ଯେ ଯଦି ପୋକର ଖେଳକୁ କୌଶଳ ଖେଳ ଭାବରେ ଖେଳାଯାଏ ତେବେ ଲାଇସେନ୍ସ ଦରକାର ପଡିବ ନାହିଁ । ତେଲେଙ୍ଗାନା ଷ୍ଟେଟ ଗେମିଂ (ସଂଶୋଧନ) ଅର୍ଡିନାନ୍ସ, 2017 ରେ ରାଜ୍ୟରେ ଅନଲାଇନ୍ ରମି ଉପରେ ନିଷେଧାଦେଶ ପରେ, ଅନଲାଇନ୍ ରମି ଗେମ୍ ଚଳାଉଥିବା ବ୍ୟକ୍ତିମାନେ ସେମାନଙ୍କର ସର୍ଭରକୁ ଚେନ୍ନାଇକୁ ସ୍ଥାନାନ୍ତର କରିଛନ୍ତି । ବିଶେଷ କରି ୱେବସାଇଟରେ ଲୋକଙ୍କୁ ଅନଲାଇନ୍ ରମି ଖେଳିବାକୁ ଆମନ୍ତ୍ରଣ କରୁଥିବା ବିଜ୍ଞାପନ ବଢୁଛି । ସାଇବର ପୋଲିସର ସୂତ୍ର ଏବଂ ସାଇବର ବିଶେଷଜ୍ଞମାନେ ଅନୁଭବ କରୁଛନ୍ତି ଯେ ତାମିଲନାଡୁ ତେଲେଙ୍ଗାନା ସରକାରଙ୍କ ନିଷ୍ପତ୍ତିକୁ ଅନୁକରଣ କରିବା ଉଚିତ୍।

ଦକ୍ଷତା ଖେଳଗୁଡିକ ଏକ ଆଇନଗତ ପରିସର ମଧ୍ୟରେ ବିଦ୍ୟମାନ ଥିବା ପରି ମନେ ହୁଏ । କିଛି ସପ୍ତାହ ପୂର୍ବରୁ ଜୁଆ ନୀତି ଉଲ୍ଲଂଘନ କାରଣରୁ ଗୁଗୁଲ୍ ‘ପେଟିଏମ୍’ ଆପ ଷ୍ଟୋରରୁ ବାହାର କରିଦେଇଥିଲା । ଡ୍ରିମ୍ 11 ଏବଂ ପେଟିଏମ୍ ପ୍ରଥମ ଅନଲାଇନ୍ ଜୁଆ ପାଇଁ ଲୋକପ୍ରିୟ ଥିଲେ । ମାତ୍ର ବର୍ତ୍ତମାନ ଦକ୍ଷତାର ଖେଳରେ ଶ୍ରେଣୀଭୁକ୍ତ ହୋଇଛନ୍ତି ।

ଅଲ ଇଣ୍ଡିଆ ଗେମିଂ ଫେଡେରେସନ୍, ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଫାଣ୍ଟାସୀ ସ୍ପୋର୍ଟସ୍ ଏବଂ ରମି ଫେଡେରେସନ୍ ରହିଛି, ଯାହା ଗେମିଂ ଉପରେ ଧ୍ୟାନ ଦିଏ । ଏକମାତ୍ର ରାଜ୍ୟ ନାଗାଲାଣ୍ଡ ଯେଉଁଠାରେ ଖେଳ ନିୟନ୍ତ୍ରିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.