ETV Bharat / bharat

LoCରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କବାଦୀ ନିହତ

author img

By

Published : Aug 9, 2020, 5:14 PM IST

ପୁଞ୍ଛ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଗୁଳିବିନିମୟରେ ଅନ୍ୟ 2 ଜଣ ଆତଙ୍କବାଦୀ ଆହତ ହୋଇଥିବା ରବିବାର ସେନା ପକ୍ଷରୁ କୁହାଯାଇଛି ।

LoCରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କବାଦୀ ନିହତ
LoCରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ପୁଞ୍ଛ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଗୁଳିବିନିମୟରେ ଅନ୍ୟ 2 ଜଣ ଆତଙ୍କବାଦୀ ଆହତ ହୋଇଥିବା ରବିବାର ସେନା ପକ୍ଷରୁ କୁହାଯାଇଛି ।

କୃଷ୍ଣ ଘାଟି ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ପକ୍ଷରୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ଆତଙ୍କବାଦୀଙ୍କ ଏକ ଦଳ ଏଲଓସିର ଗୋଟିଏ ପାର୍ଶ୍ବରୁ ଅନ୍ୟପାଶ୍ବକୁ ଆସୁଥିବା ଭାରତୀୟ ଯବାନମାନେ ଦେଖିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଯବାନମାନେ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ଏହାପରେ ଉଭୟ ପଟୁ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ଘଟଣା ସ୍ଥଳରେ ନିହତ ହୋଇଥିଲା ଏବଂ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ।

ତେବେ ଆତଙ୍କବାଦୀର ମୃତଦେହକୁ ଘଟଣାସ୍ଥଳରୁ ଟାଣି ନିଆଯାଇଥିବା ପରବର୍ତ୍ତୀ ଅନୁସନ୍ଧାନରୁ ଜଣାପଡିଛି । ଉକ୍ତ ସ୍ଥାନରୁ ଗୋଟିଏ ଏକେ-47 ରାଇଫଲ, ଦୁଇଟି ଏକେ-47 ମାଗାଜିନ ଏବଂ କିଛି ଖାଦ୍ୟ ସାମଗ୍ରୀ ଜବତ ହୋଇଥିବା ସେନାର ମୁଖପାତ୍ର କହିଛନ୍ତି ।

ସେ କହିଛନ୍ତି, ଖାଦ୍ୟ ସାମଗ୍ରୀରେ ପାକିସ୍ତାନର ଚିହ୍ନ ଏବଂ ଅନ୍ୟାନ୍ୟ ଜିନିଷ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରାୟୋଜିତ କରିବାରେ ପାକିସ୍ତାନର ଭୂମିକା ରହିଛି । ତେବେ ଭାରତୀୟ ସେନା ନିଜର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ବୋଲି ସେନା ମୁଖପାତ୍ର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.