ଚେନ୍ନାଇ: ତାମିଲନାଡୁର କାଞ୍ଚିପୁରମ ସ୍ଥିତ ଗଙ୍ଗାଇ ଅମ୍ମନ ମନ୍ଦିର ନିକଟରେ ବିସ୍ଫୋରଣ ଘଟି ଜଣେ ପ୍ରାଣ ହରାଇଛି । ଏଥିସହ ଏହି ବିସ୍ଫୋରଣରେ 4ଜଣ ଆହତ ମଧ୍ୟ ହୋଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମନ୍ଦିର ପାଖରେ 5ଜଣ ସନ୍ଦିଗ୍ଧ ବୁଲୁଥିବାବେଳେ ସେମାନଙ୍କ ପାଖରେ ଗୋଟିଏ ବକ୍ସ ଥିଲା । ସେହି ବକ୍ସ ଖୋଲିବା ସମୟରେ ଏହି ବିସ୍ଫୋଗଣ ଘଟିଥିଲା ।
ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଫରେନ୍ସିକ ଟିମ ବିସ୍ଫୋରଣ ସ୍ଥାନରେ ପହଞ୍ଚି ଯାଞ୍ଚ ପାଇଁ ନମୁନା ସଂଗ୍ରହ କରିଛି ।