ETV Bharat / bharat

ଦେଶବ୍ୟାପୀ ଜୁନ 1ରୁ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ବ୍ୟବସ୍ଥା

author img

By

Published : Dec 3, 2019, 9:20 PM IST

ସାରା ଦେଶରେ ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ଯୋଜନା ବର୍ଷ 2020 ଜୁନ ପହିଲାରୁ ଲାଗୁ ହେବ । ମଙ୍ଗଳବାର ଲୋକସଭାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମ ବିଳାଶ ପାଶୱାନ ଏହି ସୂଚନା ଦେଇଛନ୍ତି।ଅଧିକ ପଢନ୍ତୁ...

one-nation-one-ration-card
ଡିଜାଇନ ଫଟୋ

ନୂଆଦିଲ୍ଲୀ: ସାରା ଦେଶରେ ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ଯୋଜନା ବର୍ଷ 2020 ଜୁନ ପହିଲାରୁ ଲାଗୁ ହେବ। ମଙ୍ଗଳବାର ଲୋକସଭାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମ ବିଳାଶ ପାଶୱାନ ଏହି ସୂଚନା ଦେଇଛନ୍ତି।

ସାରା ଦେଶରେ ଏକକ ରାସନ କାର୍ଡ ଲାଗୁ ଫଳରେ ସବୁଠାରୁ ଅଧିକ ଲାଭ ଦିନ ମଜୁରିଆ, ପ୍ରବାସୀ ଶ୍ରମିକଙ୍କୁ ମିଳିବ। ସରକାର ଏକ ରାଷ୍ଟ୍ର ଏକ ରାସନ କାର୍ଡ ବ୍ୟବସ୍ଥା ଦେଶବ୍ୟାପୀ ଲାଗୁ କରିବା ପୂର୍ବରୁ ପ୍ରଥମେ ଅଗଷ୍ଟ 2019ରେ ପାଇଲଟ ପ୍ରୋଜେକ୍ଟ ଭାବରେ 4ଟି ରାଜ୍ୟରେ ଲାଗୁ କରିଥିଲେ। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ରରେ ଏହି ସ୍କିମ ପ୍ରାରମ୍ଭିକ ଭାବରେ ଲାଗୁ କରାଯାଇଛି।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ଏହାସହ ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ରାସନ କାର୍ଡ 14 ରାଜ୍ୟରେ ପଏଂଟ ଅଫ ସେଲ (ପିଓଏସ) ସୁବିଧା ଯୋଗାଇ ଦିଆଯାଇଛି । ଖୁବଶୀଘ୍ର 20ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହାର ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଆରମ୍ଭ ହେବା ପରେ ଯେ କେହି ବି ଯେଉଁ ସ୍ଥାନରୁ ମଧ୍ୟ ଖାଦ୍ୟ ସାମଗ୍ରୀ ଉଠାଇପାରିବେ। ଏହାସହ ନକଲି ରାସନ କାର୍ଡର ପରିସମାପ୍ତି ଘଟିବ।

ଏକା ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନାକୁ ସାରା ଦେଶରେ ଲାଗୁ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ଏଥିପାଇ ସମସ୍ତ ରାସନ କାର୍ଡ ସଂଖ୍ୟାକୁ ଏକ ନୂତନ ସର୍ଭର ସହ ସଂଯୋଗ କରାଯାଉଛି । 30 ଜୁନ 2020 ପର ଠାରୁ ହିତାଧୀକାରୀ ଦେଶର ଯେ କୌଣସି ସ୍ଥାନକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ରାସନ ପ୍ରାପ୍ତ କରିପାରିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.