ETV Bharat / bharat

ହାଇସିକ୍ୟୁରିଟି ଜୋନରେ ଡ୍ରୋନ ଉଡାଇ ଜଣେ ଗିରଫ - chinese man

ଭିକ୍ଟୋରିଆ ମେମୋରିଆଲ ଉପରେ ଡ୍ରୋନ ଉଡାଇ ଚୀନର ଜଣେ ବ୍ୟକ୍ତି ଗିରଫ । ରବିବାର କୋଲକାତାର ହାଇ ସିକ୍ୟୁରିଟି ଏରିଆରେ ଏହି ଘଟଣା ଘଟିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚୀନର ଅଧିବାସୀଙ୍କୁ ପୋଲିସ ଅଟକ ରଖିଛି।

ପ୍ରତିକାତ୍ମକ ଫଟୋ
author img

By

Published : Mar 18, 2019, 11:48 AM IST

କୋଲକତା: ସହରର ସବୁଠୁ ପ୍ରମୁଖ ଲ୍ୟାଣ୍ଡମାର୍କ ଭିକ୍ଟୋରିଆ ମେମୋରିଆଲ ଉପରେ ଡ୍ରୋନ ଉଡାଇ ଚୀନର ଜଣେ ବ୍ୟକ୍ତି ଗିରଫ । ରବିବାର କୋଲକାତାର ହାଇ ସିକ୍ୟୁରିଟି ଏରିଆରେ ଏହି ଘଟଣା ଘଟିଥିଲା।

ପ୍ରଥମେ ସିଆଇଏସଏଫ ଚୀନର ଏହି ବ୍ୟକ୍ତିଙ୍କୁ ଦେଖିଥିଲେ। ତାଙ୍କ ସହ ଆହୁରି ଦୁଇ ଜଣ ମହିଳା ଥିବା ମଧ୍ୟ ଜଣାପଡିଛି। ଏମାନଙ୍କୁ ଧରାଯାଇ କୋଲକାତା ହୋଷ୍ଟିଙ୍ଗ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ତେବେ ପଚରାଉଚରା ପରେ ଦୁଇ ମହିଳାଙ୍କୁ ଛାଡି ଦିଆଯାଇଥିଲା। କିନ୍ତୁ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚୀନର ଅଧିବାସୀଙ୍କୁ ପୋଲିସ ଅଧିନରେ ରଖାଯାଇଛି।

ଘଟଣା ବିଷୟରେ ଚୀନ ଦୂତାବାସକୁ ଜଣାଇ ଦିଆଯାଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତରେ କେହି ଡ୍ରୋନର ମାଲିକ ହୋଇପାରନ୍ତି। କିନ୍ତୁ ଅଧିକାରୀଙ୍କ ବିନା ଅନୁମତିରେ ପ୍ରତିବନ୍ଧିତ ଅଞ୍ଚଳରେ ଡ୍ରୋନକୁ ଉଡାଇ ପାରିବେ ନାହିଁ। କାରଣ ଏପରି କରିବା ଅପରାଧ । ପୋଲିସର କହିବା ଅନୁସାରେ,ଅଭିଯୁକ୍ତ ଜଣକ ଏଠିକାର ନିୟମ ବିଷୟରେ ହୁଏତ ଜାଣିନାହାଁନ୍ତି । ତେଣୁ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ମୋତେ ଗ୍ରୀନ ସିଗନାଲ୍ ମିଳିଛି :ଅନନ୍ତ ଦାସ 

ଟିକେଟ୍ ପାଇଁ ନବୀନ ନିବାସରେ ବିଜେଡି ବିଧାୟକ ଙ୍କ ଭିଡ। ଟିକେଟ୍ ପାଇଁ ଚାଲିଛି କସରତ ।ସଖାଳୁ ସଞ୍ଜ ଯାଏ ବିଜେଡି ବିଧାୟକ ଙ୍କ ସୁଅ ଛୁଟୁଛି ନବୀନ ନିବାସ କୁ ।ଏହି ଅବସରରେ ବାଲେଶ୍ବର ର ଭୋଗରାଇ ବିଧାୟକ ଅନନ୍ତ ଦାସ ନିଜ ଟିକେଟ୍ କୁ ନେଇ ଦମ୍ଭକ୍ତି ପ୍ରକାଶ କରିଛନ୍ତି ।କହିଛନ୍ତି ଯେ ମୋତେ ଗ୍ରିନ୍ ସିଗନାଲ ମିଳିଛି ।ଏହା ସହ ଜିଲ୍ଲାରେ ବିଜୁ ଜନତା ଭଲ ପଦର୍ଶନ କରିବ ବୋଲି କହିଛନ୍ତି ଅନନ୍ତ ଦାସ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.