ETV Bharat / bharat

ସାଧାରଣତନ୍ତ୍ର ଦିବସରେ ନେପାଳକୁ ଉପହାର, ଭାରତ ଦେଲା ୩୦ ଆମ୍ବୁଲାନ୍ସ, ୬ ବସ

author img

By

Published : Jan 26, 2020, 2:49 PM IST

ରବିବାର ଗଣତନ୍ତ୍ର ଦିବସର ପବିତ୍ର ଅବସରରେ ନେପାଳର ଡାକ୍ତରଖାନା, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ୩୦ଟି ଆମ୍ବୁଲାନ୍ସ ଓ ୬ଟି ବସ ଉପହାର ସ୍ବରୂପ ପ୍ରଦାନ କରିଛି ଭାରତ। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

କାଠମାଣ୍ଡୁ: ସାରା ଦେଶ ପାଳନ କରୁଛି 71ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଆଡ ଉତ୍ସବ ମୁଖରିତ । ଭାରତର ଏହି ବିରାଟ ପର୍ବରେ ପଡୋଶୀ ଦେଶକୁ ସହାୟତାର ହାତ ବଢାଇଛି । ପଡୋଶୀ ନେପାଳକୁ ଉପହାର ପ୍ରଦାନ କରିଛି ଭାରତ। ରବିବାର ଗଣତନ୍ତ୍ର ଦିବସର ପବିତ୍ର ଅବସରରେ ନେପାଳର ଡାକ୍ତରଖାନା, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ୩୦ଟି ଆମ୍ବୁଲାନ୍ସ ଓ ୬ଟି ବସ ଉପହାର ସ୍ବରୂପ ପ୍ରଦାନ କରିଛି ଭାରତ।

ସୂଚନା ଯେ, ନେପାଳ ରାଜଧାନୀରେ ଅବସ୍ଥିତ ଭାରତୀୟ ଦୂତାବାସରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି । ଦୂତାବାସ ଅଧିକାରୀ ଅଜୟ କୁମାର ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ ।

ଆମ୍ବୁଲାନ୍ସ ଓ ବସ ପ୍ରଦାନ ଭାରତ ଓ ନେପାଳ ମଧ୍ୟରେ ସାମାଜିକ-ଆର୍ଥିକ ସହାୟତା ପାଇଁ ନେପାଳ ସହ ଭାରତର ବନ୍ଧୁତ୍ବର ଉପହାର ବୋଲି କୁହାଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.