ETV Bharat / bharat

କୋରୋନା ସମୟରେ ଶ୍ରଦ୍ଧାଳୁ ଭୁଲିଗଲେ ମୋଦି ଗୁମ୍ଫା, ଦେଢମାସ ହେଲା ନାହିଁ ବୁକିଂ - ମୋଦି

ଗତବର୍ଷ ଶହଶହ ସଂଖ୍ୟାରେ ମୋଦି ଗୁମ୍ଫାରେ ରହଣି ପାଇଁ ହେଉଥିଲା ବୁକିଂ । କିନ୍ତୁ ଚଳିତବର୍ଷ ଚାରିଧାମ ଯାତ୍ରା ଆରମ୍ଭର ଦେଢମାସ ବିତି ଯାଇଥିଲେ ମଧ୍ୟ କୌଣସି ବୁକିଂ ହୋଇ ନାହିଁ ।

କୋରୋନା ସମୟରେ ଶ୍ରଦ୍ଧାଳୁ ଭୁଲିଗଲେ ମୋଦି ଗୁମ୍ଫା, ଦେଢମାସ ହେଲା ନାହିଁ  ବୁକିଂ

author img

By

Published : Aug 20, 2020, 8:07 PM IST

ଡେରାଡୁନ: ମହାମାରୀ ଯୋଗୁଁ ଉତ୍ତରାଖଣ୍ଡ ପର୍ଯ୍ୟଟନରେ ବେଶ ପ୍ରଭାବ ପକାଇଛି । ତେବେ ଅନଲକ 3ରେ ଚାରିଧାମ ଯାତ୍ରାକୁ ଅନୁମତି ଦେଇଛି ରାଜ୍ୟ ସରକାର । ଜୁଲାଇ ମାସରୁ ଏଯାବତ ପ୍ରାୟ 25 ହଜାର ଶ୍ରଦ୍ଧାଳୁ ଚାରିଧାମ ଯାତ୍ରା କରିଛନ୍ତି । କିନ୍ତୁ ଗତବର୍ଷ ପ୍ରାୟ ଦେଢ ଲକ୍ଷ ରାଜସ୍ବ ପ୍ରଦାନ କରିଥିବା କେଦାରନାଥ ସ୍ଥିତ ମୋଦି ଗୁମ୍ଫାକୁ ଏବେ ଶ୍ରଦ୍ଧାଳୁ ଏକପ୍ରକାର ଭୁଲି ଯାଇଛନ୍ତି ।

ଗତବର୍ଷ ଚାରିଧାମ ଯାତ୍ରାରେ ଆସୁଥିବା ସହ ସହ ଭକ୍ତ ସେହି ଗୁମ୍ଫାରେ ରହିବା ପାଇଁ ବୁକିଂ କରୁଥିଲେ । କିନ୍ତୁ ଚଳିତବର୍ଷ କେହି ବି ସେହି ଗୁମ୍ଫାରେ ରହିବା ପାଇଁ ବୁକିଂ କରି ନାହାଁନ୍ତି ।

ତେବେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆଶା କରିଛି ଗତ ବର୍ଷ ସେପ୍ଟେମ୍ବର, ଅକ୍ଟୋବର ମାସରେ ଧ୍ୟାନ ଗୁମ୍ଫାରେ ରହିବା ପାଇଁ ଆଡଭାନ୍ସ ବୁକିଂ କରିଥିଲେ । ଚଳିତବର୍ଷ ବି ଆଗାମୀ ମାସରେ ବୁକିଂ କରିବେ ।

ସୂଚନାଥାଉକି, 2019ର ନିର୍ବାଚନର ଫଳାଫଳ ବାହାରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଏକ ଗୁମ୍ଫାରେ ଧ୍ୟାନ କରିଥିଲେ । ସେହି ଖବର ସେତେବେଳ ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ସେହି ଘଟଣା ପରେ କେଦାରନାଥର ସେହି ଗୁମ୍ଫାରେ ରହଣି ଲାଗି ବେଶ ଭିଡ ଜମିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.