ETV Bharat / bharat

ନାମାଙ୍କନ ବେଳେ ମାନୁ ନାହାଁନ୍ତି କୋଭିଡ ନିୟମ, 21 ମାମଲା ରୁଜୁ କଲାଣି ପୋଲିସ

author img

By

Published : Oct 20, 2020, 2:57 PM IST

ବିହାର ବିଧାନସଭା ନିର୍ବାଚନରେ ​​ନାମାଙ୍କନ ପାଇଁ ଗହଳି ଲାଗିରହୁଛି । ପ୍ରାର୍ଥୀମାନେ ଓ ସେମାନଙ୍କ ସମର୍ଥକଙ୍କ ଭିଡ ଲାଗି ରହିବା ସହ କୋଭିଡ ନିୟମ ଭଙ୍ଗ କରିଛନ୍ତି । ଅଧିକ ପଢନ୍ତୁ..

ବିହାର ବିଧାନସଭା ନିର୍ବାଚନ
ବିହାର ବିଧାନସଭା ନିର୍ବାଚନ

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​ନାମାଙ୍କନ ପାଇଁ ଗହଳି ଲାଗିରହୁଛି । ପ୍ରାର୍ଥୀମାନେ ଓ ସେମାନଙ୍କ ସମର୍ଥକଙ୍କ ଭିଡ ଲାଗି ରହୁଛି । ଏ ମଧ୍ୟରେ ସାମାଜିକ ଦୂରତା ରଖିବାକୁ ସମସ୍ତେ ଭୁଲି ଯାଉଛନ୍ତି । ଏହାକୁ ନେଇ ସୀତାମାରୀ ଜିଲ୍ଲାରେ ଏପର୍ଯ୍ୟନ୍ତ 21 ଟି ମାମଲା ରୁଜୁ ହେଲାଣି । ସମସ୍ତେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

ସୀତାମାଢୀରେ କୋରୋନା ଏବଂ ସାମାଜିକ ଦୂରତାକୁ ନେଇ କୌଣସି ସତର୍କତା ନାହିଁ । ଲୋକେ ଆଉ କୋରୋନାକୁ ଭୟ କରୁନାହାଁନ୍ତି । ଦଳର ପ୍ରାର୍ଥୀଙ୍କ ନାମାଙ୍କନ ସମୟରେ ସମର୍ଥକମାନେ ସମସ୍ତ ସୀମା ଅତିକ୍ରମ କରିଛନ୍ତି।

ନାମାଙ୍କନ ଦାଖଲ ବେଳେ ସମର୍ଥକଙ୍କ ଭିଡ ସହ ସ୍ଲୋଗାନାବାଜି ଜାରି ରହିଛି । ସେଠାକାର ଅଧିକାରୀ ବାରମ୍ବାର ବୁଝାଇବା ସତ୍ତ୍ବେ ଲୋକେ ଶୁଣୁନାହାଁନ୍ତି । କେବଳ ଏତିକି ନୁହେଁ ଅନେକ ସମର୍ଥକଙ୍କ ମୁହଁରେ ମାସ୍କ ମଧ୍ୟ ନଥାଏ । ତେବେ ଏହାକୁ ନେଇ 21 ମାମଲା ରୁଜୁ ହୋଇଥିବା ସ୍ଥାନୀୟ ଏସପି ଅନିଲ କୁମାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.