ନୂଆଦିଲ୍ଲୀ: ଆଗାମୀ ଦିନରେ ଦିଲ୍ଲୀରେ ଲକଡାଉନ ଲାଗୁ ହେବ ନାହିଁ । ଏନେଇ ସୋମବାର ସ୍ପଷ୍ଟୀକରଣ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ବହୁ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଦିଲ୍ଲୀରେ ଆଉ ଏକ ଲକଡାଉନ ଲାଗୁ ହେବା ନେଇ ଯୋଜନା ଚାଲିଛି । ତେବେ ଏମିତି କୌଣସି ଯୋଜନା କରାଯାଉନାହିଁ ବୋଲି କେଜ୍ରିୱାଲ ଟ୍ବିଟ୍ ଜରିଆରେ ସ୍ପଷ୍ଟୀକରଣ ଦେଇଛନ୍ତି ।
ପ୍ରକାଶ ଥାଉକି, ଗତ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଆପ୍ ସାଂସଦ ସଞ୍ଜୟ ସିଂ ଯୋଗ ଦେଇଥିଲେ । ଯେଉଁଥିରେ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ଆଜି(ସୋମବାର) ଏମଏଚଏ ଠାରେ ଅନୁଷ୍ଠିତ ବୈଠକରେ ବିଜେପି ଦଳର ବରିଷ୍ଠ ନେତାଙ୍କ ସମେତ କଂଗ୍ରେସ ଏବଂ ଆପର ନେତାମାନେ ଉପସ୍ଥିତ ଥିଲେ ।
ସୌଜନ୍ୟ@ANI