ନୂଆଦିଲ୍ଲୀ: ସବୁଥର ପରି ଏଥର ବି କାନ୍ଦୁଥିଲେ ମା’ । ଆଖିରୁ ଝରି ଯାଉଥିଲା ଅଜସ୍ର ଅଶ୍ରୁ । କିନ୍ତୁ ଏଥର ଲୁହ ଦୁଃଖର ନୁହେଁ ଖୁସିର ଥିଲା । ଦୀର୍ଘ ସାତ ବର୍ଷର ଅପେକ୍ଷା ପରେ ଝିଅକୁ ମିଳିଛି ନ୍ୟାୟ।
ସମସ୍ତ ଅପେକ୍ଷା ଓ ଲଢେଇରେ ପଡିଛି ଜବନୀକା । ଶେଷରେ ନିର୍ଭୟାକୁ ମିଳିଛି ନ୍ୟାୟ। ଫାଶୀ ଖୁଣ୍ଟରେ ଝୁଲିଛନ୍ତି ଦୋଷୀ । ଶୁକ୍ରବାର ଭୋର 5.30ରେ ତିହାର ଜେଲରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି 4 ନିର୍ଭୟା ଦୋଷୀ।
ଦୀର୍ଘ 8 ବର୍ଷ ଧରି ଚାଳିଥିଲା ମାମଲା । ନ୍ୟାୟ ଦାବିରେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତ କୋର୍ଟରେ ଲଢିଥିଲେ ନିର୍ଭୟାଙ୍କ ମା’। ଦୌଡିଦୌଡି ହାଲିଆ ହୋଇଥିଲେ ହେଲେ ହାରି ନଥିଲେ ଧୌର୍ଯ୍ୟ । ଝିଅକୁ ନ୍ୟାୟ ଦେବାକୁ ଏକାକି ଲଢିଥିଲା ମା’ । ସେପଟେ ଦଣ୍ଡରୁ ବର୍ତ୍ତୀ ଯିବାପାଇଁ ସମସ୍ତ ଚେଷ୍ଟା କରିଥିଲା ଦୋଷୀ । ଆଇନର ସମସ୍ତ ବିକଳ୍ପକୁ ବ୍ୟବହାର କରିଥିଲା । ହେଲେ ଶେଷରେ ସତ୍ୟର ବିଜୟ ହେଲା । ଆଉ ଫାଶୀରେ ଝୁଲିଲେ ଦୋଷୀ ।