ETV Bharat / bharat

ଦରିଦ୍ରଙ୍କୁ ସାହା ଅଟୋ ଡ୍ରାଇଭର, ଲକଡାଉନରେ 720 ଗରିବଙ୍କ ମୁଣ୍ଡରେ ଦେଲେ ଛାତ - kerala news lattest

ଦରିଦ୍ରଙ୍କୁ ସାହା ଅଟୋ ଡ୍ରାଇଭର । ଲକ ଡାଉନରେ ହଇରାଣ ହେଉଥିବା 720 ଗରିବଙ୍କୁ ଦେଲେ ବାସ। ଅଧିକ ପଢନ୍ତୁ...

NGO run by S Murukan is helping destitute&those with mental illness  in Alappuzha
ଦରିଦ୍ରଙ୍କୁ ସାହା ଅଟୋ ଡ୍ରାଇଭର
author img

By

Published : May 5, 2020, 7:29 PM IST

ଥିରୁଅନନ୍ତପୁରମ: କେରଳରେ ଗରିବଙ୍କୁ ସାହା ହୋଇଛି ଏସ୍ ମୁରୁକାନଙ୍କ ଦ୍ୱାରା ପରିଚାଳିତ ଏନଜିଓ ସଂସ୍ଥା । ଆଲ୍ଲାପୁଜାଠାରେ ରାସ୍ତାରେ ବୁଲୁଥିବା ମାନସିକ ରୋଗୀଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେଉଛି ଏହି ସଂସ୍ଥା।

ସଂସ୍ଥାର ମାଲିକ ମୁରୁକାନ କେଉଁ କୋଟିପତି କିମ୍ବା ବଡ ବ୍ୟବସାୟୀ ନୁହନ୍ତି । ପେଶାରେ ସେ ଜଣେ ଅଟୋ ଡ୍ରାଇଭର । ନିଜ କାମରୁ ଟିକିଏ ଫୁରସତ ମିଳିଲେ ସେ ଧାଇଯାଆନ୍ତି ସମାଜସେବା ପାଇଁ । ତାଙ୍କ କହିବା ଅନୁସାରେ ,''ମୁଁ ଜଣେ ଅଟୋ ଡ୍ରାଇଭର । ମୁଁ ଏହି ଏନଜିଓ ଚଳାଉଛି । ଯେଉଁଠି ଆମେ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଯୋଗାଇଥାଉ ବାସ । କେରଳ ପୋଲିସର ସାହାଯ୍ୟରେ ଲକ ଡାଉନ୍ ସମୟରେ ଆମେ ପ୍ରାୟ 720 ଜଣଙ୍କୁ ଉଦ୍ଧାର କରିଛୁ''।

ଉଦ୍ଧାର ହୋଇଥିବା ଗରିବ ତଥା ମାନସିକ ରୋଗୀଙ୍କୁ ପୁନଃଥଇଥାନ କରିବା ପାଇଁ ଏନଜିଓ ଚଳାଉଛନ୍ତି ସେ । ସେମାନଙ୍କୁ ପ୍ରଥମେ ଭଲ ଭାବେ ଗାଧୁଆ ଦିଆଯାଇ କେଶ ଆଦି କଟାଯାଇ ସ୍ବଚ୍ଛ କରାଯାଏ । ଏହାପରେ ସେମାନଙ୍କୁ ଖାଦ୍ୟ, ପୋଷାକ ମଧ୍ୟ ଦିଆଯାଏ । ପରେ ପୁନର୍ବାସ କେନ୍ଦ୍ରକୁ ପଠାଯାଏ ବୋଲି କହିଛନ୍ତି ମାରାରିକୁଲମର ସର୍କଲ ଇନ୍ସପେକ୍ଟର ମିଧୁନ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.