ETV Bharat / bharat

ଗୋଟିଏ ରାଜବଂଶ ଗରିବଙ୍କୁ ଘୃଣା କରେ: ଜେପି ନଡ୍ଡା - rahul gandhi

ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର କଂଗ୍ରେସ ବିରୋଧରେ ତୀବ୍ର ମନ୍ତବ୍ୟ ଦେଇଛନ୍ତି । ବର୍ତ୍ତମାନର ବାକ୍ ସ୍ବାଧୀନତା ଏକ ଦୋଛକିରେ ଅଛି ବୋଲି ସେ କହିଛନ୍ତି ।

ଜେପି ନଡ୍ଡା
ଜେପି ନଡ୍ଡା
author img

By

Published : Oct 26, 2020, 4:10 PM IST

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର କଂଗ୍ରେସ ବିରୋଧରେ ତୀବ୍ର ମନ୍ତବ୍ୟ ଦେଇଛନ୍ତି । ବର୍ତ୍ତମାନର ବାକ୍ ସ୍ବାଧୀନତା ଏକ ଦୋଛକିରେ ଅଛି ବୋଲି ସେ କହିଛନ୍ତି । ଟ୍ବିଟ୍ କରି ନଡ୍ଡା କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ ଅନେକ ସମୟରେ ପିଏମଓକୁ ଅସମ୍ମାନିତ କରେ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ପ୍ରସଙ୍ଗରେ ଦ୍ବିମତ ମନୋଭାବ ପୋଷଣ କରେ ।

ସେ କହିଛନ୍ତି ଯେ ଦଶନ୍ଧି ଧରି ଅସନ୍ତୋଷପୂର୍ଣ୍ଣ ବାକ୍ୟ ବିରୁଦ୍ଧରେ ପ୍ରଦର୍ଶନ କରିଥିବାରୁ କଂଗ୍ରେସ ବାକ୍ ସ୍ବାଧୀନତା ବିଷୟରେ କଦାପି ଚିନ୍ତା କରିପାରିବ ନାହିଁ। ଜରୁରୀକାଳୀନ ପରିସ୍ଥିତିରେ ଆମେ ଏହାର ଉଦାହରଣ ଦେଖିଲୁ। ପରେ ରାଜୀବ ଗାନ୍ଧୀ ସରକାର ସାମ୍ବାଦିକ ସ୍ବାଧୀନତାକୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲେ। ପ୍ରେସର ସ୍ବାଧୀନତାକୁ କଂଗ୍ରେସ ଗାଳିଗୁଲଜ କରୁଛି ବୋଲି ସେ ଟ୍ବିଟ କରିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ଗୋଟିଏ ରାଜବଂଶ ଗରିବ ମାନଙ୍କୁ ଘୃଣା କରେ । ଗରିବ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବା ଐତିହାସିକ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଲୋକଙ୍କ ଭଲ ପାଇବା ଐତିହାସିକ । ଯେତେ କଂଗ୍ରେସ ମିଥ୍ୟା କହିଚାଲିଛି ଓ ଘୃଣା ବ୍ୟାପିବାକୁ ଚେଷ୍ଟା କରୁଛି ସେତେ ଲୋକେ ମୋଦିଙ୍କୁ ସମର୍ଥନ କରିବେ।

ନଡ୍ଡାଙ୍କ ଏହି ବୟାନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବୟାନ ପରେ ଆସିଛି । ସୋନିଆ ଗାନ୍ଧୀ କହିଥିଲେ ଯେ, ଅନେକ ଅନୁଷ୍ଠାନ ଯାହା ନାଗରିକ ତଥା ସମାଜର ଅଧିକାରକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ, ସେମାନଙ୍କୁ ସହଯୋଗ କରାଯାଇଛି କିମ୍ବା ସମର୍ଥନ କରାଯାଇଛି । ଭାରତ ବର୍ତ୍ତମାନ ସବୁ ଜାଗାରେ ‘ଜାତୀୟ ସୁରକ୍ଷା’ ପ୍ରତି ଘୋର ଧମକ ଦେଇ ଲୋକଙ୍କ ପ୍ରକୃତ ସମସ୍ୟାରୁ ଧ୍ୟାନ ଆକର୍ଷଣ କରୁଛି ।

ଏହାର ଜବାବରେ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି ବୋଲି ଦାବି କରି ବିଜେପି ପୁଣିଥରେ ପ୍ରତିଆକ୍ରମଣ କରିଛି । ବିରୋଧିଙ୍କ ମିଥ୍ୟା ଅଭିଯୋଗ ପରେ ବି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନସାଧାରଣଙ୍କ ସମର୍ଥନ ଜାରି ରଖିଛନ୍ତି ବୋଲି ବିଜେପି କହିଛି। ନିକଟରେ କୃଷି ଆଇନ ବିରୋଧରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ବିରୋଧି ଭାଷା କହିଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସମାଲୋଚନା କରିଛି ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.