ETV Bharat / bharat

ମହାରାଷ୍ଟ୍ର ସଂକଟ: ଆଜି ଶୁଣାଣି ଶେଷ, କାଲି ରାୟ ପ୍ରକାଶ

ମଙ୍ଗଳବାର ପ୍ରକାଶ ପାଇବ ମହାରାଷ୍ଟ୍ର ମାମଲାର ଚୂଡ଼ାନ୍ତ ରାୟ । ଦୁଇ ଘଣ୍ଟା ଧରି ସମସ୍ତ ପକ୍ଷଙ୍କ ଦାବି ଶୁଣିବା ପରେ ଏ ମାମଲାରେ ଆସିବାକୁ ଥିବା ରାୟକୁ ଆସନ୍ତାକାଲି ସକାଳ 10ଟା 30 ପର୍ଯ୍ୟନ୍ତ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ ।

ଡ଼ିଜାଇନ୍ ଫଟୋ
author img

By

Published : Nov 25, 2019, 1:10 PM IST

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ସୁପ୍ରିମକୋର୍ଟରେ ପ୍ରକାଶ ପାଇବ ମହାରାଷ୍ଟ୍ର ମାମଲାର ଚୂଡ଼ାନ୍ତ ରାୟ । ଆଜି ସମସ୍ତ ପକ୍ଷର ଦାବି ଶୁଣିବା ସହ ଶୁଣାଣି ଶେଷ କରିଛନ୍ତି କୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟର ଗଠିତ ତିନି ଜଣିଆ ଖଣ୍ଡପୀଠ ସମସ୍ତ ପକ୍ଷଙ୍କ ଦାବି ଶୁଣିବା ପରେ ଏ ମାମଲାରେ ଆସିବାକୁ ଥିବା ରାୟକୁ ସଂରକ୍ଷିତ ରଖିଛନ୍ତି ଏବଂ ଚୂଡ଼ାନ୍ତ ରାୟ ଆସନ୍ତାକାଲି ଦିନ 10ଟା 30ମିନିଟରେ ପ୍ରକାଶ ପାଇବ ବୋଲି ଘୋଷଣା କରିଛନ୍ତି ।

କୋର୍ଟରେ ପ୍ରଥମେ ରାଜ୍ୟପାଳଙ୍କ ପକ୍ଷ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ରାଜ୍ୟରେ ସରକାର ଗଠନ କରିବାକୁ 170 ବିଧାୟକଙ୍କ ସମର୍ଥନ ପତ୍ର ଫଡନାଭିସ ଦେଇଥିବା ଉଲ୍ଲେଖ କରିଥିଲେ ସେ । ମହାରାଷ୍ଟ୍ରରେ ଘୋଡ଼ା ବେପାର ହେବା ନେଇ କୌଣସି ସ୍ଥିତି ନାହିଁ ବୋଲି କୋର୍ଟକୁ ଜଣାଇଥିଲେ ।

ସେହିପରି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷ ରଖିଥିବା ଓକିଲ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ । କିପରି ଅଧରାତିରୁ କ୍ୟାବିନେଟର ବିନା ନିଷ୍ପତିରେ ରାଷ୍ଟ୍ରପତି ଶାସନ ମହାରାଷ୍ଟ୍ରରୁ ହଟାଗଲା ବୋଲି କହିଥିଲେ ବରିଷ୍ଠ ଆଇନଜୀବୀ କପିଲ ସିବଲ । ସେହିପରି ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ମଧ୍ୟ 24 ଘଣ୍ଟାର ସମୟ ଦାବି କରିଥିଲେ ଶିବସେନା, ଏନସିପି ଓ କଂଗ୍ରେସ ।

ଦୁଇ ଘଣ୍ଟାଧରି ସମସ୍ତ ପକ୍ଷଙ୍କ ଦାବି ଶୁଣିଥିଲେ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ । ଏହି ମାମଲାକୁ ଅତିରଞ୍ଜିତ କରି ଉପସ୍ଥାପନା ନକରିବାକୁ ମଧ୍ୟ ଅନୁରୋଧ କରିଥିଲେ । ସେହିପରି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ କରିବାକୁ କେତେଦିନ ସମୟ ଦିଆଯିବ ତାହା କୋର୍ଟ ନିର୍ଣ୍ଣୟ କରିବେ ଏବଂ ଏହାର ଅନ୍ତିମ ରାୟ ମଙ୍ଗଳବାର ସକାଳ 10ଟା 30ମିନିଟରେ ପ୍ରକାଶ ପାଇବ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.