ରାୟପୁର: ତେଲେଙ୍ଗାନାର ଟିଆରଏସ ନେତାଙ୍କୁ ଛତିଶଗଡରେ ହତ୍ୟା କଲେ ନକ୍ସଲ । ହତ୍ୟା ପରେ ସେମାନେ ମୃତଦେହକୁ ଛତିଶଗଡ ସୀମା କିଷ୍ଟାରାମ ଥାନା ଅନ୍ତର୍ଗତ ପୁଟେପାଡ ନିକଟରେ ଫିଙ୍ଗିଦେଇଥିବା ଜଣାପଡିଛି । ନକ୍ସଲଙ୍କ ଶବରୀ ଏରିଆ କମିଟି ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି ।
ସୂଚନା ମୁତାବକ, ତେଲେଙ୍ଗାନା ଚେରଲା ନିର୍ବାଚନୀ ମଣ୍ଡଳର ଟିଆରଏସ ନେତା ନାଲୁରି ଶ୍ରୀନିବାସ ରାଓଙ୍କୁ ନକ୍ସମାନେ ଜୁଲାଇ 8 ତାରିଖରେ ତାଙ୍କ ବାସଭବନରୁ ଅପହରଣ କରିନେଇଥିଲେ । ଆଦିବାସୀଙ୍କ 70 ଏକର ଜମି ଅବୈଧ ଭାବେ ଛଡାଇ ନେଇଥିବା ଅଭିଯୋଗରେ ତାଙ୍କୁ ନକ୍ସଲମାନେ ହତ୍ୟା କରିଥିବା ଜଣାପଡିଛି । ଏହା ସହିତ ନକ୍ସଲମାନେ ଶ୍ରୀନିବାସଙ୍କ ବିରୋଧରେ ଗ୍ରାମାଞ୍ଚଳରେ ପୋଲିସର ଇନଫରମର ସାଜିଥିବା ଅଭିଯୋଗ ଲଗାଇଛନ୍ତି ।