ETV Bharat / bharat

କଂଗ୍ରେସ ଛାଡିଲେ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର

କଂଗ୍ରେସ ଛାଡିଲେ ବିଧାୟକ ତଥା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ।

ଫାଇଲ ଫଟୋ
author img

By

Published : Oct 22, 2019, 7:18 PM IST

ଚଣ୍ଡିଗଡ: କଂଗ୍ରେସ ଛାଡିଲେ ବିଧାୟକ ତଥା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ । କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ସେ । କଂଗ୍ରେସରେ ଟିକେଟ ବଣ୍ଟନକୁ ନେଇ ସେ ଦୀର୍ଘ ଦିନରୁ ଅସନ୍ତୋଷ ଥିଲେ । ତେବେ ତାଙ୍କର କୌଣସି ବି ରାଜନୈତିକ ଦଳ ସହ କୌଣସି ସମ୍ପର୍କ ନାହିଁ ବୋଲି କୌର କହିଛନ୍ତି । ଏହା ସହିତ ସେ ବର୍ତ୍ତମାନ କେବଳ ସମାଜସେବୀ ଭାବରେ ପଞ୍ଜାବ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ।

ତେବେ 2019 ଲୋକସଭା ନିର୍ବାଚନ ପାଇଁ ନବଜୋତ କୌର ସିଦ୍ଧୁଙ୍କୁ କଂଗ୍ରେସ ଟିକେଟ ଦେଇନଥିଲା । ନବଜ୍ୟୋତ ସିଂହ ସିଦ୍ଧୁ ଚଣ୍ଡୀଗଡ଼ ଲୋକସଭା ଆସନରୁ ପତ୍ନୀଙ୍କ ପାଇଁ ଟିକେଟ ମାଗିଥିଲେ । ଏପରିକି ସେ ପତ୍ନୀଙ୍କ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ପାଖରେ ଅପିଲ ମଧ୍ୟ କରିଥିଲେ । ହେଲେ ଦଳ ସିଦ୍ଧୁଙ୍କ ଅପିଲକୁ ନାମଞ୍ଜୁର କରିଦେଇଥିଲା । ଯେଉଁଥିପାଇଁ ଉଭୟ ପତି-ପତ୍ନୀ କଂଗ୍ରେସ ଉପରେ ଖପ୍ପା ଥିଲେ । ତେବେ ସେ ଆଜି ଦଳ ଛାଡିଥିବା ଜଣା ପଡିଛି ।

ପେଶାରେ ଡାକ୍ତର ଥିବା କୌର 2016 ରେ କଂଗ୍ରେସରେ ଯୋଗ ଦେଇଥିଲେ । ଏହାପରେ ଅମୃତସର ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଭାବରେ ନିଜ ପ୍ରତିଦ୍ବନ୍ଦୀଙ୍କ ପରାସ୍ତକରି ବିଧାନସଭା ପହଞ୍ଚିଥିଲେ ସେ । ଏହା ବ୍ୟତୀତ ଅକାଳୀ ଦଳ ଏବଂ ବିଜେପି ମେଣ୍ଟ ସରକାରଙ୍କ ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ କୌର ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.