ETV Bharat / bharat

ଏନଏମସି ବିଲକୁ ବିରୋଧ: ସର୍ବଭାରତୀୟ ସ୍ତରରେ ଡାକ୍ତରଙ୍କ ବନ୍ଦ ପାଳନ - NMC ବିଲ

ଏନଏମସି ବିଲକୁ ବିରୋଧ କରି 24 ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି ଡାକ୍ତର । ମଙ୍ଗଳବାର ଲୋକସଭାରେ ପାରିତ ହୋଇଥିଲା NMC ବିଲ । ଏହି ବିଲ ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାକୁ ଅନ୍ଧକାର ମଧ୍ୟକୁ ଠେଲି ଦେବ ବୋଲି କହିଛି ଭାରତୀୟ ମେଡିକାଲ ଆସୋସିଏସନ (Indian Medical Association) ।

ପ୍ରତୀକାତ୍ମକ ଫଟୋ
author img

By

Published : Jul 31, 2019, 12:40 PM IST

ହାଇଦ୍ରାବାଦ: ସାରା ଭାରତରେ 24 ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ଡାକ୍ତର । ଅଧିକ ଗୁରୁତ୍ବ ନଥିବା ସେବା ଗୁଡିକରୁ ନିବୃତ ରହି ବୁଧବାର ସକାଳ 6ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ । ଜରୁରୀକାଳୀନ ସେବା, କାଜୁଆଲିଟି, ଆଇସିୟୁ ଆଦି ସୁବିଧା ପୂର୍ବବତ୍‌ ଯୋଗାଇ ଦିଆଯିବ । ଲୋକସଭାରେ ପାରିତ ହୋଇଥିବା ନ୍ୟାସନାଲ ମେଡିକାଲ କମିସନ ବିଲ, 2019 ବିପକ୍ଷରେ ଭାରତୀୟ ମେଡିକାଲ ଆସୋସିଏସନ (Indian Medical Association) ଏହି ବନ୍ଦ ଡାକରା ଦେଇଛି ।

ବିଲ ବିରୋଧରେ ସାର୍ବଜନିକ ପ୍ରଦର୍ଶନ ପୁରା ଦେଶରେ କରାଯାଉଛି । ଆଇଏମଏର କିଛି ଡାକ୍ତର ଅନସନ କରିବାର ମଧ୍ୟ ସମ୍ଭାବନା ରହିଛି ।

‘‘ଲୋକସଭାରେ ମଙ୍ଗଳବାର ଏନଏମସି ବିଲ ପାରିତ ହୋଇଛି । ଗଣତନ୍ତ୍ରର ତଳୁଆ ସଦନ ଏହି ଅଗଣତାନ୍ତ୍ରିକ କାର୍ଯ୍ୟ କରି ଦେଶର ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି । ତେଣୁ ଆଇଏମଏ ମୁଖ୍ୟାଳୟ ପକ୍ଷରୁ ବୁଧବାର ଦିନ ବନ୍ଦ ପାଳନ କରାଯିବ’’ ବୋଲି ଏହାର ୱେବସାଇଟରେ କୁହାଯାଇଛି ।

‘‘ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ମଙ୍ଗଳବାର ରାତିରେ ସ୍ଥିତି ସମୀକ୍ଷା କରିଥିଲେ । ବୁଧବାର ସକାଳ 6ଟାରୁ ଗୁରୁବାର ସକାଳ 6ଟା ପର୍ଯ୍ୟନ୍ତ ଆଧୁନିକ ଚିକିତ୍ସା ଡାକ୍ତରଙ୍କ ଦ୍ବାରା ସାରା ଦେଶରେ 24 ଘଣ୍ଟିଆ ବନ୍ଦ ପାଳନ କରାଯିବା ନେଇ ସ୍ଥିର କରାଯାଇଛି ’’ ବୋଲି କୁହାଯାଇଛି ୱେବସାଇଟରେ ।

ମଙ୍ଗଳବାର ଲୋକସଭାରେ ପାରିତ ହୋଇଛି ଏନଏମସି ବିଲ । ଏଥିରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (MCI) ବଦଳରେ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(NMC) କରିବାକୁ ନିଷ୍ପତ୍ତି ହୋଇଛି । ଏହି ବିଲ ସପକ୍ଷରେ 260 ଜଣ ସଦସ୍ୟଙ୍କ ମତ ରଖିଥିବାବେଳେ 48 ଜଣ ଏହା ବିପକ୍ଷରେ ମତ ଦେଇଥିଲେ ।

ଏହା ଏକ ସର୍ବସାଧାରଣ ଅନ୍ତିମବର୍ଷ ଏମବିବିଏସ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି, ଯାହା ନ୍ୟାସନାଲ ଏକ୍ସିଟ ଟେଷ୍ଟ (NEXT) ନାମରେ ନାମିତ । ଏହି ପରୀକ୍ଷାରେ ଉର୍ତ୍ତାର୍ଣ୍ଣ ହେଲେ ସ୍ନାତକୋତ୍ତର ବିଭାଗରେ ନାମ ଲେଖାଇବା ସହ ଲାଇସେନ୍ସ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଡାକ୍ତରୀ ଛାତ୍ର । ଏହାସହ NEET ପରୀକ୍ଷା, ସର୍ବସାଧାରଣ କାଉନସେଲିଂ ଓ NEXT ପରୀକ୍ଷା କେବଳ AIIMS ଭଳି ଜାତୀୟ ମହତ୍ବ ଥିବା ଅନୁଷ୍ଠାନ ଗୁଡିକରେ କାର୍ଯ୍ୟକାରୀ ହେବ । ଦେଶରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏକ ମାନଦଣ୍ଡ ପ୍ରତିଷ୍ଠା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ତେବେ ଏହି ବିଲକୁ ସମ୍ପୂର୍ଣ୍ଣ ଭାବେ ଅମାନ୍ୟ କରିବା ପାଇଁ ଆହ୍ବାନ ଦେଇଛି ମେଡିକାଲ କାଉନସିଲ ଅଫ ଇଣ୍ଡିଆ (MCI) ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.