ହାଇଦ୍ରାବାଦ: ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଜାତୀୟ ମାନବାଧିକାର ଆୟୋଗର ଟିମ ତଦନ୍ତ ଜାରି ରଖିଛି । ରବିବାର ଏହି ଟିମ ପୀଡିତାଙ୍କ ପିତାମାତାଙ୍କୁ ତଦନ୍ତ ପାଇଁ ରାଜ୍ୟ ପୋଲିସ ଏକାଡେମୀକୁ ଡକାଇଥିବା ଜଣା ପଡିଛି । ଏନଏଚଆରସି ଏହି ଏନକାଉଣ୍ଟରରେ ପୀଡିତାଙ୍କ ପରିବାରର ବୟାନ ରେକର୍ଡ କରିବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷେ ଏନଏଚଆରସିର ଏହି ଟିମ ଏନକାଉଣ୍ଟରରେ ମୃତ 4 ଅଭିଯୁକ୍ତଙ୍କ ପରିବାରକୁ ନାରାୟଣପେଟ ଜିଲ୍ଲାରୁ ନେଇ ତଦନ୍ତ ପାଇଁ ହାଇଦ୍ରାବାଦ ଯାଇଥିଲା । ତେଲେଙ୍ଗାନା ହାଇକୋର୍ଟ ଅଭିଯୁକ୍ତଙ୍କ ମୃତଦେହକୁ ସୋମବାର ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ପୂର୍ବରୁ ଆଦେଶ ଦେଇଥିଲେ । ଘଟଣାକୁ ନେଇ ସୋମବାର ସକାଳେ କୋର୍ଟରେ ଶୁଣାଣି ହେବ ।