ETV Bharat / bharat

ମେ 18ରୁ ଆରମ୍ଭ ହେବ ମିଆଁମାର ସଂସଦର ଷୋଡଶ ନିୟମିତ ଅଧିବେଶନ - covid-19

ମେ 18 ରୁ ମିଆଁମାର ସଂସଦର ଷୋଡଶ ନିୟମିତ ଅଧିବେଶନ ଆରମ୍ଭ ହେବ । ପୂର୍ବରୁ ସଂସଦର ଷୋଡଶ ନିୟମିତ ଅଧିବେଶନ ସୋମବାର ଠାରୁ ପୁନଃ କାର୍ଯ୍ୟ ଆରମ୍ଭ ନେଇ ସ୍ଥିର ହୋଇଥିଲା । ଅଧିକ ପଢନ୍ତୁ...

Myanmars parilament to resume 16th regular session in may 18
ମେ 18ରୁ ଆରମ୍ଭ ହେବ ମିଆଁମାର ସଂସଦର ଷୋଢଶ ନିୟମିତ ଅଧିବେଶନ
author img

By

Published : Apr 27, 2020, 5:38 PM IST

ୟାଙ୍ଗନ: ମେ 18 ରୁ ମିଆଁମାର ସଂସଦର ଷୋଡଶ ନିୟମିତ ଅଧିବେଶନ ଆରମ୍ଭ ହେବ । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ପୂର୍ବରୁ ସଂସଦର ଷୋଡଶ ନିୟମିତ ଅଧିବେଶନ ସୋମବାର ଠାରୁ ପୁନଃ କାର୍ଯ୍ୟ ଆରମ୍ଭ ନେଇ ସ୍ଥିର ହୋଇଥିଲା । କିନ୍ତୁ କୋରୋନା ଭାଇରସ ପାଇଁ ଏହାକୁ ମେ 18କୁ ଘୁଞ୍ଚାଇ ଦିଆଯାଇଥିଲା ବୋଲି ମିଆଁମାର ସଂସଦର ମହାନିର୍ଦ୍ଦେଶକ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି, ଚଳିତ ମାସ ଶେଷ ପୂର୍ବରୁ ସମ୍ପୃକ୍ତ ମନ୍ତ୍ରଣାଳୟ ସହ ବୈଠକ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସେହିପରି ସଂସଦର ସଦସ୍ୟମାନେ ବୈଠକ ପାଇଁ ନିଜ ସ୍ଥାନ ଛାଡିବା ପୂର୍ବରୁ ସେମାନଙ୍କ ପାଇଁ ଡାକ୍ତରୀ ଯାଞ୍ଚର ଯୋଜନା କରାଯିବ । ଏଥିସହ ସେମାନଙ୍କ ନାଏ ପାଇ ଟ(Nay pyi Taw)କୁ ଯିବା ପାଇଁ ପରିବହନ ବ୍ୟବସ୍ଥାର ମଧ୍ୟ ଶୀଘ୍ର ଯୋଜନା ହେବ ।

ସୂଚନାଯୋଗ୍ୟ, ମାର୍ଚ୍ଚ 23ରେ ଦେଶରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଯାବତ୍‌ ମିଆଁମାରରେ 146 ଜଣ ଆକ୍ରାନ୍ତଙ୍କ ସହ 5 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.