ETV Bharat / bharat

ଦେଶ ସହ ବିଦେଶରେ ଡିମାଣ୍ଡ ମୁସଲିମଙ୍କ ହାତ ତିଆରି ମନ୍ଦିର

ସାହାରନପୁରର କାଠ ଖୋଦେଇ ଏବଂ କାଠ ବ୍ୟବସାୟ କରୁଥିବା ମଣିଷ । ଯିଏ ମନ୍ଦିରରେ ନିଜ କାରିଗରୀର ଯାଦୁ ଦେଖାଇ ଗଢୁଛନ୍ତି ଭଗବାନଙ୍କ ଘର । ଆଉ ସବୁଠୁ ବଡ କଥା ହେଉଛି ଏହି ମନ୍ଦିର ନିର୍ମାଣ କରୁଥିବା 90 ପ୍ରତିଶତରୁ ଅଧିକ କାରିଗର ମୁସଲିମ ସମ୍ପ୍ରଦାୟ । ଅଧିକ ପଢନ୍ତୁ...

ଦେଶ ସହ ବିଦେଶରେ ଡିମାଣ୍ଡ ମୁସଲିମଙ୍କ ହାତ ତିଆରି ମନ୍ଦିର
ଦେଶ ସହ ବିଦେଶରେ ଡିମାଣ୍ଡ ମୁସଲିମଙ୍କ ହାତ ତିଆରି ମନ୍ଦିର
author img

By

Published : Oct 29, 2020, 7:48 PM IST

ସାହାରନପୁର: ସେ ହିନ୍ଦୁ, ସେ ମୁସଲମାନ

ସେ ଗୀତା ସହ ପଢେ କୁରାନ୍

କାହିଁକି ଭୁଲିଯାଉଛି ରକ୍ତର ରଙ୍ଗ ସଭିଁଙ୍କ ଏକା

ଧର୍ମଠୁ ବଡ, ଏହା ଏକତାର ବାର୍ତ୍ତା

ଏହି ପଂକ୍ତି ସହ ଜଡିତ ସାହାରନପୁରର ଗୋଟିଏ ନୁହେଁ ଏମିତି ହଜାରେ ମଣିଷ... ଯିଏ କି ଦେଉଛନ୍ତି ଏକତାର ବାର୍ତ୍ତା । ଏମାନେ ହେଉଛନ୍ତି କାଠ ଖୋଦେଇ ଏବଂ କାଠ ବ୍ୟବସାୟ କରୁଥିବା ମଣିଷ । ଯିଏ ମନ୍ଦିରରେ ନିଜ କାରିଗରୀର ଯାଦୁ ଦେଖାଇ ଗଢୁଛନ୍ତି ଭଗବାନଙ୍କ ଘର । ଆଉ ସବୁଠୁ ବଡ କଥା ହେଉଛି ଏହି ମନ୍ଦିର ନିର୍ମାଣ କରୁଥିବା 90 ପ୍ରତିଶତରୁ ଅଧିକ କାରିଗର ମୁସଲିମ ସମ୍ପ୍ରଦାୟ ।

ନମାଜ ପଢିବା ପାଇଁ ଉଠୁଥିବା ହାତରେ ହିନ୍ଦୁ ଦେବାଦେବୀଙ୍କ ଘର ସଜାଇଥାନ୍ତି ଏହି କାରିଗର । ଆଉ କେହି ଚାହିଁଲେ ବି ଏମାନଙ୍କ ହାତ ତିଆରି କଳାକୃତିରୁ ମୁହଁ ଫେରାଇ ପାରନ୍ତିନାହିଁ । ମନ୍ଦିର ତିଆରି କରି ଏହି ମୁସଲମାନ କାରିଗର ନିଜ ପାଇଁ 2 ବେଳା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଥାନ୍ତି । ସେମାନଙ୍କ ହାତ ତିଆରି ମନ୍ଦିରର ଚାହିଦା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଡିମାଣ୍ଡ ରହିଛି ।

କୁଶଳୀ କାରିଗରମାନେ ଶାଳ ଏବଂ ନିମର ବଡ ବଡ ଗଣ୍ଡିକୁ ଖୋଦେଇ କରି ସୁନ୍ଦର ସୁନ୍ଦର ମନ୍ଦିରର ରୂପ ଦେଇଥାନ୍ତି । କାରିଗର କୁହନ୍ତି ଯେ, ଏମାନେ ଅନେକ ପିଢି ଧରି ମନ୍ଦିର ତିଆରି କାମ କରିଆସୁଛନ୍ତି । ଏମାନେ ମନ୍ଦିର ଉପରେ ଓଁ ଏବଂ ସ୍ବସ୍ତିକର ଚିହ୍ନ ମଧ୍ୟ କରିଥାନ୍ତି । ଶାଳ ଏବଂ ନିମ କାଠରେ ଏହି ମନ୍ଦିର ଗୁଡିକ ତିଆରି ହୋଇଥିବାରୁ 10ରୁ 15 ବର୍ଷ ପର୍ଯ୍ୟନ୍ତ ଏହା ଖରାପ ହୋଇନଥାଏ ।

ଦେଶ ସହ ବିଦେଶରେ ଡିମାଣ୍ଡ ମୁସଲିମଙ୍କ ହାତ ତିଆରି ମନ୍ଦିର

ମନ୍ଦିର ନିର୍ମାଣ କରିଥିବା କାରଖାନାର ମାଲିକ ମହମ୍ମଦ ଇରଶାଦ କୁହନ୍ତି ଯେ, ସେ ଏହି ମନ୍ଦିର ନିର୍ମାଣ କରି ଭଗବାନଙ୍କ ସେବା କରୁଥିବା ଅନୁଭବ କରିଥାନ୍ତି । ତେବେ ସମାଜର ଅନେକ ରୁଢିବାଦୀ ଲୋକ ସେମାନଙ୍କ ମନ୍ଦିର ନିର୍ମାଣ ଉପରେ ଆପତ୍ତି ଉଠାଇଥାନ୍ତି, ତଥାପି ଏମାନେ ସେସବୁକୁ ଖାତିର ନକରି କାଠରେ ସୁନ୍ଦର ସୁନ୍ଦର ମନ୍ଦିର ତିଆରି କରୁଛନ୍ତି ।

ତେବେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ତିଆରି କରି ସେହି ଲୋକଙ୍କୁ ଶିକ୍ଷା ଦେଉଛନ୍ତି ଯେଉଁମାନେ ହିନ୍ଦୁ-ମୁସଲମାନ ମଧ୍ୟରେ ଭେଦଭାବ ଦେଖାଇ ଘୃଣାର ମଞ୍ଜି ବୁଣିଥାନ୍ତି । ଏହି କାରିଗରଙ୍କ କାମ ସମାଜକୁ ସାମ୍ପ୍ରଦାୟିକ ଏକତାର ବାର୍ତ୍ତା ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.