ETV Bharat / bharat

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଫଟୋ ପୂଜା କରି ପ୍ରତିବାଦ କଲେ ମୁସଲିମ ଚାଷୀ

author img

By

Published : Jun 12, 2020, 5:04 PM IST

ଉତ୍ତର ପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ନିଆରା ପ୍ରତିବାଦ । ଏଠାରେ ଜଣେ ମୁସଲମାନ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋକୁ ପୂଜା କରି ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି ।

up
uttar pradesh

ଲକ୍ଷ୍ନୌ: ବଦଳୁଛି ପ୍ରତିବାଦ କରିବାର ଶୈଳୀ । ରାଜରାସ୍ତାକୁ ନ ଓହ୍ଲାଇ ମଧ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ନୂଆ ନୂଆ ଶୈଳୀ ଆପଣାଉଛନ୍ତି ଲୋକେ । ତେବେ ଏଭଳି ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ । ଏଠାରେ ଜଣେ ମୁସଲମାନ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋକୁ ପୂଜା କରି ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି । ଏଭଳି କରି ସେ ଉପୁଜିଥିବା ସମସ୍ୟା ଦିଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ।

ଉତ୍ତର ପ୍ରଦେଶ

ପ୍ରାୟ 12 ଜଣ ଚାଷୀଙ୍କ ଚାଷଜମି ପର୍ଯ୍ୟନ୍ତ ଯାଉଥିବା ରାସ୍ତାକୁ ଜି ସରର୍ଜିବିୟର କାରଖାନାର ମାଲିକ ଅବରୋଧ କରିଛନ୍ତି । ନିଜ ବ୍ୟକ୍ତିଗତ କାରଣରୁ ସେ ସଡକ ଉପରେ ଏକ କାନ୍ଥ ନିର୍ମାଣ କରିଛନ୍ତି । ଯାହା ଦ୍ବାରା ଚାଷୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ତେବେ ଏନେଇ ଉକ୍ତ ମୁସଲମାନ ଚାଷୀ ସରକାରୀ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଏଭଳି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୁବ ଶୀଘ୍ର ତାଙ୍କ ଗୁହାରୀ ଶୁଣିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.