ETV Bharat / bharat

ଟିଆରପି ଠକେଇ ଅଭିଯୋଗରେ ରିପବ୍ଲିକ ଟିଭି CEO ଗିରଫ

ପୂର୍ବରୁ ରିପବ୍ଲିକ ଟିଭିର ସହକାରୀ ଉପସଭାପତି ଟିଆରପି ଠକେଇ ଅଭିଯୋଗରେ ଗିରଫ ହୋଇଥିବା ବେଳେ ପୁଣି ରବିବାର ଚ୍ୟାନେଲର ସିଇଓଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

author img

By

Published : Dec 13, 2020, 12:24 PM IST

Mumbai Police arrests Republic TV CEO in alleged TRP manipulation case
ଟିଆରପି ଠକେଇ ଅଭିଯୋଗରେ ରିପବ୍ଲିକ ଟିଭି ସିଇଓ ଗିରଫ

ମୁମ୍ବାଇ: 'ରିପବ୍ଲିକ୍‌ ଟିଭି' ଚ୍ୟାନେଲର ସିଇଓ ବିକାଶ ଖଞ୍ଚନ୍ଦାନିଙ୍କ ନାମରେ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟ ଠକେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ରବିବାର ତାଙ୍କୁ ଗିରଫ କରିଛି ।

ରିପବ୍ଲିକ ଟିଭିର ସହକାରୀ ଉପସଭାପତି ଘନଶ୍ୟାମ ସିଂଙ୍କୁ ପୂର୍ବରୁ ମୁମ୍ବାଇ ପୋଲିସ ଟିଆରପି ସମ୍ବନ୍ଧୀୟ ବିବାଦୀୟ ଘଟଣାରେ ଗିରଫ କରିଥିଲା । ଘନଶ୍ୟାମ ଡିସେମ୍ବର 5 ତାରିଖରେ ସିଟି କୋର୍ଟରୁ ଜାମିନରେ ଆସିବା ପରେ ପୋଲିସ ହେପାଜତରେ ଥିବା ସମୟରେ ପଚରାଉଚରା ବେଳେ ପୋଲିସ ତାଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଚାର ଦେଇଥିବା ସେ କହିଛନ୍ତି ।

ଘନଶ୍ୟାମଙ୍କୁ ପୋଲିସ ବେଲ୍ଟରେ ମାଡ ମାରଥିବା ରିପବ୍ଲିକ୍‌ ଟିଭି ଚ୍ୟାନେଲରେ ତରଫରୁ ଲିଖିତ ଆକାରରେ ଅଭିଯୋଗ କରାଯାଇଥିବା ବେଳେ ବମ୍ବେ ହାଇକୋର୍ଟ ଏହି ଚ୍ୟାନେଲର ଅଭିଯୋଗକୁ ଶୁଣାଣି ବେଳେ ମଧ୍ୟ ସ୍ବୀକାର କରିଥିଲେ । ତେବେ ଘନଶ୍ୟାମ ନଭେମ୍ବର 10 ତାରିଖରେ ଟିଆରପି ଠକେଇ ଅଭିଯୋଗରେ ମୁମ୍ବାଇ ପୋଲିସ ଦ୍ବାରା ଗିରଫ ହୋଇଥିଲେ ।

ମୁମ୍ବାଇ ପୋଲିସ ରିପବ୍ଲିକ ଟିଭିର ସହକାରୀ ଉପସଭାପତି ଘନଶ୍ୟାମ ସିଂଙ୍କୁ ଜେରା କରିବା ପୂର୍ବରୁ ତାଙ୍କୁ ମାଡ ମାରିବା ପାଇଁ ବିଭିନ୍ନ ପ୍ରକାର ନିର୍ଯାତନା ଉପକରଣଗୁଡିକ ପୂର୍ବରୁ ମହଜୁଦ ଥିଲା । ତାଙ୍କୁ ଜେରା ସମୟରେ ଆଘାତ ପହଞ୍ଚାଇବା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା ବୋଲି ଚ୍ୟାନେଲ ଲିଖିତ ଆକାରରେ ଅଭିଯୋଗ ପତ୍ରରେ ଦର୍ଶାଇଥିଲା । ଘନଶ୍ୟାମଙ୍କୁ ଜେରା ପାଇଁ ଅକ୍ଟୋବର 9, 11 ଓ 20 ତାରିଖରେ ପୋଲିସ ଷ୍ଟେସନରେ ଠାବ କରାଯାଇଥିବା ବେଳେ ନଭେମ୍ବର 10 ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.