ମୁମ୍ବାଇ: ପୁଣି ଲଜ୍ଜା । ଚଳନ୍ତା କାରରେ ନାବାଳିକାକୁ ଗଣଦୁଷ୍କର୍ମ । ମାନଖୁର୍ଦ୍ଦ ପୋଲିସ ସୂଚନାନୁସାରେ, ମୁମ୍ବାଇର ମାନଖୁର୍ଦ୍ଦ-ଘାଟକୋପାର ଲିଙ୍କ ରୋଡରେ ଏକ ଚଳନ୍ତା କାରରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିଲା। ଏଥିରେ ତିନି ଜଣଙ୍କୁ ଗିରଫ କରାଯାଇଛି। (ଆଇପିସି) ଧାରା 376 (D) ଏବଂ POCSO ଅଧିନିୟମ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ କୋର୍ଟ ସେମାନଙ୍କୁ ଅଗଷ୍ଟ 17 ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ।
@ANI