ଲକ୍ଷ୍ନୌ : ସେଲଫି ନେବା ପଡିଲା ମହଙ୍ଗା । ସେଲଫି ନେଲା ବେଳେ ମାଡି ଆସିଲା ପାଣି । ଅଳ୍ପକେ ବର୍ତ୍ତିଲେ 2 ଭଉଣୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଚିନ୍ଦଓ୍ବାଡାରେ । ଘଟଣାସ୍ଥଳରେ ପୋଲିସ ସହ ଉଦ୍ଧାରକାରୀ ଦଳ ପହଞ୍ଚି 2 ଜଣଙ୍କୁ ଉଦ୍ଧାର କରିଥିଲେ ।
ସୂଚନା ଅନୁସାରେ, ଚିନ୍ଦଓ୍ବାଡା ଅଞ୍ଚଳର 6 ଜଣ ଯୁବତୀ ଖେଦି ଗାଁରେ ଥିବା ପେଚଂ ନଦୀ ମଝିକୁ ଯାଇଥିଲେ ସେଲଫି ନେବା ପାଇଁ । ହେଲେ ସେଲଫି ନେଉଥିବା ସମୟରେ, ବନ୍ୟା ଜଳ ନଦୀ ମଧ୍ୟକୁ ଆସିଥିଲା । ସୌଭାଗ୍ୟବଶତଃ ସାଙ୍ଗରେ ଯାଇଥିବା ଅନ୍ୟ ଯୁବତୀମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ପରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ