ETV Bharat / bharat

ବିହାର ସିଏମଙ୍କ ଗୃହ କାର୍ଯ୍ୟାଳୟରେ ପଶିଲା କୋରୋନା, 80 ପଜିଟିଭ

ବିହାରର ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସମୁଦାୟ 44 ଜଣ କୋରୋନା ସଂକ୍ରମଣ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ଗୃହ କାର୍ଯ୍ୟାଳୟରେ 80 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 11, 2020, 12:28 PM IST

ବିହାର ସିଏମଙ୍କ ଆବାସ ଗୃହରେ 80ରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ

ପାଟନା: ଭାରତର ଅନ୍ୟ ରାଜ୍ୟ ସମେତ ବିହାରରେ ମଧ୍ୟ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଅନେକ କୋରୋନା ଯୋଦ୍ଧା ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ସେହି କ୍ରମରେ ରାଜ୍ୟର ସର୍ବବୃହତ ଡାକ୍ତରଖାନା ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲ(PMCH)ରେ 3 ଜଣ ଡାକ୍ତରଙ୍କ ବ୍ୟତୀତ 2 ଜଣ ନର୍ସ ମଧ୍ୟ କୋରୋନା ପଜିଟିଭ ଥିବା ଜଣାପଡିଛି।

ଏହା ସହିତ ପିଏମସିଏଚରେ କୋଭିଡ ପଜିଟିଭ କର୍ମଚାରୀଙ୍କ ସଂଖ୍ୟା 44କୁ ବୃଦ୍ଧି ପାଇଛି । ଏଥି ସହିତ, ପାଟନା ଏମ୍ସର ଜଣେ ନର୍ସ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ପାଟନା ଏମ୍ସରେ 8 ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୃହ କାର୍ଯ୍ୟାଳୟରେ କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏଠାରେ 80ରୁ ଅଧିକ ଲୋକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନାନୁସାରେ, ସିଏମ ବାସଭବନର କ୍ୟାଣ୍ଟିନରେ ନିଯୁକ୍ତ ଥିବା କର୍ମଚାରୀଙ୍କ ଠାରୁ ସଚିବଙ୍କ ଡ୍ରାଇଭର ସମେତ ସମସ୍ତେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବହୁ ସଂଖ୍ୟକ ସୁରକ୍ଷାକର୍ମୀଙ୍କ ଠାରେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.