ETV Bharat / bharat

ଦେଶରେ ଏପର୍ଯ୍ୟନ୍ତ 2 ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ - କୋଭିଡ 19

ମୋଟ 2 ଲକ୍ଷ 58 ହଜାର 730 ଲୋକଙ୍କର ସାମ୍ପଲ ଟେଷ୍ଟ ହୋଇଛି । ବୁଧବାର 28 ହଜାର 941ଟି ସାମ୍ପଲର ରିପୋର୍ଟ ଆସିଛି । ଅଧିକ ପଢନ୍ତୁ...

ଦେଶରେ ଏପର୍ଯ୍ୟନ୍ତ 2 ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ

author img

By

Published : Apr 16, 2020, 2:00 AM IST

ନୂଆଦିଲ୍ଲୀ: ଦେଶରେ ଏପର୍ଯ୍ୟନ୍ତ 2 ଲକ୍ଷରୁ ଅଧିକ ସାମ୍ପଲ ପରୀକ୍ଷା ହୋଇଛି । ବୁଧବାର ରାତି 9ଟା ସୁଦ୍ଧା ଏହି ସୂଚନା ଦେଇଛି ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ । ଆଜି ଯାଏଁ ମୋଟ 2 ଲକ୍ଷ 74 ହଜାର 599ଟି ନମୁନା ପରୀକ୍ଷା ହୋଇଛି ।

ସେହିପରି ମୋଟ 2 ଲକ୍ଷ 58 ହଜାର 730 ଲୋକଙ୍କର ସାମ୍ପଲ ଟେଷ୍ଟ ହୋଇଛି । ବୁଧବାର 28 ହଜାର 941ଟି ସାମ୍ପଲର ରିପୋର୍ଟ ଆସିଛି । ପୂର୍ବରୁ ଏସବୁର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏଥିରୁ 953ଟି ରିପୋର୍ଟ ପଜିଟିଭ ଥିବା ଜଣାପଡିଛି ।

ସେହିପରି ଏବେ ସୁଦ୍ଧା ଦେଶରେ 11 ହଜାର 933 ଜଣ କୋରୋନା ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରୁ 1344 ଜଣ ସୁସ୍ଥ ହୋଇଛନ୍ତି । ମୋଟ 392 ଜଣଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ପରିଷଦ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.