ETV Bharat / bharat

ସାମ୍ପଲ ଟେଷ୍ଟରେ ରେକର୍ଡ, ଗୋଟିଏ ଦିନରେ ଲକ୍ଷାଧିକ ପରୀକ୍ଷା

ସୋମବାର ଭାରତ ଗୋଟିଏ ଦିନରେ ସର୍ବାଧିକ ସାମ୍ପଲ ଟେଷ୍ଟ କରିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ମୋଟ 1 ଲକ୍ଷ 8 ହଜାର 233 ନମୁନା ପରୀକ୍ଷା ହୋଇଛି । ଅଧିକ ପଢନ୍ତୁ...

author img

By

Published : May 20, 2020, 1:30 AM IST

ସାମ୍ପଲ ଟେଷ୍ଟରେ ରେକର୍ଡ, ଗୋଟିଏ ଦିନରେ ଲକ୍ଷାଧିକ ପରୀକ୍ଷା
ସାମ୍ପଲ ଟେଷ୍ଟରେ ରେକର୍ଡ, ଗୋଟିଏ ଦିନରେ ଲକ୍ଷାଧିକ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତ ଥମିବାର ନାମ ନେଉନି । ଏପର୍ଯ୍ୟନ୍ତ ପ୍ରାୟ ଦେଢ ଲକ୍ଷ ପାର କଲାଣି ପଜିଟିଭ ସଂଖ୍ୟା । ସେହିପରି ମୃତ୍ୟୁସଂଖ୍ୟା 3000 ଉପରେ ରହିଛି ।

ତେବେ ଏହା ଭିତରେ ଭାରତକୁ ଏକ ଛୋଟ ସଫଳତା ମିଳିଛି । ଆକ୍ରାନ୍ତଙ୍କୁ ଚିହ୍ନଟ କରିବା କ୍ଷେତ୍ରରେ ପାଦେ ଆଗେଇଛି ଦେଶ । ଉନ୍ନତ ପରୀକ୍ଷଣ ସୁବିଧା ଓ ଅତ୍ୟାଧୁନିକ କିଟ୍ସର ଉପଲବ୍ଧତା ସହ ଅଳ୍ପ ସମୟରେ ସ୍ବାବ ରିପୋର୍ଟ ଆସିପାରୁଥିବାରୁ ଏପରି ସଫଳତା ମିଳିଛି ।

ସୋମବାର ଭାରତ ଗୋଟିଏ ଦିନରେ ସର୍ବାଧିକ ସାମ୍ପଲ ଟେଷ୍ଟ କରିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ମୋଟ 1 ଲକ୍ଷ 8 ହଜାର 233 ନମୁନା ପରୀକ୍ଷା ହୋଇଛି । ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ପରୀକ୍ଷା ହୋଇନାହିଁ । ଏବେ ସୁଦ୍ଧା ମୋଟ 24 ଲକ୍ଷ 25 ହଜାର 742 ସାମ୍ପଲ ପରୀକ୍ଷା ହୋଇଥିବା ଜଣାପଡିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.