ETV Bharat / bharat

ଚଳିତ ବର୍ଷର ଜିଡିପି ଅନୁମାନକୁ କମାଇଲେ ମୁଡିସ

କ୍ୟାଲେଣ୍ଡର ବର୍ଷ 2020ରେ ଭାରତ ଅଭିବୃଦ୍ଧି ଦର ପୂର୍ବାନୁମାନ ହ୍ରାସ କରି 0.2 ପ୍ରତିଶତକୁ ଖସାଇଛି ବୈଶ୍ବିକ କ୍ରେଡିଟ ରେଟିଙ୍ଗ ଏଜେନ୍ସି ମୁଡିସ । ଅଧିକ ପଢନ୍ତୁ..

author img

By

Published : Apr 28, 2020, 11:19 PM IST

india growth forecast
ଚଳିତ ବର୍ଷର ଜିଡିପି ଅନୁମାନକୁ କମାଇଲେ ମୁଡିସ

ନୂଆଦିଲ୍ଲୀ: ଚଳିତ ବର୍ଷର ଭାରତର ଅଭିବୃଦ୍ଧି ହାର ଅନୁମାନକୁ କମାଇଲା ମୁଡିସ ଇନଭେଷ୍ଟର୍ସ ସର୍ଭିସ । ମଙ୍ଗଳବାର ମୁଡିସ ଭାରତର ଜିଡିପି ଅନୁମାନକୁ 0.2 ପ୍ରତିଶତ ହ୍ରାସ କରିଛି । ଯେତେବେଳେ କି ମାର୍ଚ୍ଚରେ ଏହି ଅନୁମାନ 2.5 ପ୍ରତିଶତ ରହିଥିଲା ।

ତେବେ ମୁଡିସର ଆଶା ରହିଛି ଯେ, 2021ରେ ଭାରତର ବିକାଶ ଦର 6.2 ପ୍ରତିଶତ ରହିପାରେ । ମୁଡିସର ନିଜର ‘ଗ୍ଲୋବାଲ ମାକ୍ରୋ ଆଉଟଲୁକ 2020-21’ରେ କହିଛି ଯେ, ଜି-20 ଦେଶର ବୃଦ୍ଧି ଅନୁମାନରେ 5.8 ପ୍ରତିଶତ ହ୍ରାସ କରାଯାଇଛି ।

ମୁଡିସ କହିଛି ଯେ, କୋରୋନା ଭାଇରସ ସଙ୍କଟ ମଧ୍ୟରେ ବିଶ୍ବ ଅର୍ଥବ୍ୟବସ୍ଥା ବନ୍ଦ ରହିଛି । ଏଥିଯୋଗୁଁ ଘରୋଇ ଚାହିଦା ଏବଂ ଆର୍ଥିକ ସ୍ଥିତି ଅଧିକ ମାତ୍ରାରେ ପ୍ରଭାବିତ ହେଉଛି । ଏହି ରିପୋର୍ଟରେ ମୁଡିସ କହିଛି କି, 2020କେ ଚୀନ ବୃଦ୍ଧି ଦର 1 ପ୍ରତିଶତ ରହିପାରେ ।

କୋରୋନା ସଂକ୍ରମଣ ରୋକିବାକୁ ଭାରତକୁ 40 ଦିନ ଲକଡାଉନ କରାଯାଇଛି । ହେଲେ ଏପ୍ରିଲ ଶେଷ ସୁଦ୍ଧା କୃଷି କାର୍ଯ୍ୟ ପାଇଁ ଗ୍ରାମୀଣ କ୍ଷେତ୍ରରେ ଅନୁମତି ଦିଆଯାଇଛି । ଏଥିସହ ଦେଶ ସୁନିଶ୍ଚିତ କରିଛି ବହୁ ଜିଲ୍ଲା ଭାଇରସ ମୁକ୍ତ ରହିଛି । ଏଥିପାଇଁ ପର୍ଯ୍ୟାୟ କ୍ରମେ ଦେଶକୁ ଖୋଲିବା ପାଇଁ ଯୋଜନା କରାଯାଉଛି ବୋଲି ମୁଡିସ ନିଜ ରିପୋର୍ଟରେ ଜଣାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.