ETV Bharat / bharat

ରାଜ୍ୟସଭାରେ ତିନି ତଲାକ ବିଲ ପାସ୍‌ ପାଇଁ ମୋଦିଙ୍କ ମାଷ୍ଟରପ୍ଲାନ !

author img

By

Published : Jul 3, 2019, 8:27 PM IST

ତିନି ତଲାକ ବିଲ୍‌ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ଯକାଳର ପ୍ରମୁଖ ପ୍ରସଙ୍ଗ ମଧ୍ୟରୁ ଗୋଟିଏ । ଏହାକୁ ରାଜ୍ୟସଭାରେ ପାରିତ କରିବା ପାଇଁ ମୋଦି ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ତିନି ତଲାକ ବିଲ୍‌ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ଯକାଳର ପ୍ରମୁଖ ପ୍ରସଙ୍ଗ ମଧ୍ୟରୁ ଗୋଟିଏ । ନୂଆ ସରକାର ଗଠନ ହେବାପରେ ଲୋକସଭା ଅଧିବେଶନରେ ସର୍ବପ୍ରଥମେ ଆଗତ ହୋଇଥିଲା ତିନି ତଲାକ ବିଲ୍‌ । ଏଥିରୁ ଆକଳନ କରାଯାଇ ପାରିବ ଯେ ମୋଦି ସରକାରଙ୍କ ପାଇଁ ଏହାକୁ ପାରିତ କରିବା କେତେ ଗୁରୁତ୍ବପୂର୍ଣ୍ଣ । ଏହି ବିଲ ମୋଦି ସରକାରଙ୍କ ପ୍ରାଥମିକତା ସମେତ ପ୍ରତିଷ୍ଠା ସହ ଜଡିତ । ଏହାକୁ ପାରିତ କରିବା ସରକାରଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ । କିନ୍ତୁ ମୋଦି ମଧ୍ୟ ଏତେ ଶୀଘ୍ର ହାର ମାନନ୍ତି ନାହିଁ । ସେ ଯାହା ନିଷ୍ପତ୍ତି ନିଅନ୍ତି, ତାକୁ କିପରି ସଫଳ କରିବେ ତାହା ମଧ୍ୟ ସେ ଖୁବ୍‌ ଭଲ ଭାବରେ ଜାଣନ୍ତି । ତେବେ ସରକାର ବିଲ୍‌କୁ ରାଜ୍ୟସଭାରେ ପାରିତ କରିବା ପାଇଁ ମାଷ୍ଟର ପ୍ଲାନ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି ।

ରାଜ୍ୟସଭାରେ ସରକାରଙ୍କର ବହୁମତ ରହିନାହିଁ । କିନ୍ତୁ ଏବେ ମଧ୍ୟ ଉଚ୍ଚ ସଦନରେ 6 ଟି ଆସନ ଖାଲି ପଡିଛି । ତେବେ 5 ଜୁଲାଇ ମଧ୍ୟରେ ଏହି ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯିବ । ଏହା ପରେ ରାଜ୍ୟସଭାରେ ସଦସ୍ୟ ସଂଖ୍ୟା 235 ହୋଇଯିବ । ଖାଲି ପଡିଥିବା ଏହି 6 ଟି ଆସନ ମଧ୍ୟରୁ ଗୁଜୁରାଟର 2 ଟି ଆସନ ରହିଛି ଯାହା ସିଧାସଳଖ ବିଜେପି ଖାତାକୁ ଯିବ ।

ସେପଟେ ବିହାରର ଗୋଟିଏ ଆସନ ବିଜେପିର ସହଯୋଗୀ ଲୋକ ଜନଶକ୍ତି ପାର୍ଟିର ଖାତାରେ ଯାଇ ସାରିଛି । ସେହିପରି ଓଡିଶାର 3 ଆସନ ମଧ୍ୟରୁ ଗୋଟିଏ ବିଜେପି ହାତରେ ଲାଗିଛି । ତେବେ ଜୁଲାଇ 5 ପରେ ବିଜେପିର ରାଜ୍ୟସଭା ସଦସ୍ୟ ସଂଖ୍ୟା 79 ହୋଇଯିବ । ଏହା ବ୍ୟତିତ ଏନଡିଏରେ ବିଜେପିର ସହଯୋଗୀ ଦଳ ଏଆଇଡିଏମକେର 13, ଜେଡିୟୁର 6, ଶିବସେନାର 3 ଏବଂ ମନୋନୀତ ଓ ସ୍ବାଧୀନ ପାର୍ଟିର 11 ଟି ଆସନ ରହିଛି । ଏହି ପରିପେକ୍ଷୀରେ ବର୍ତ୍ତମାନ ବିଜେପି ସପକ୍ଷରେ ସର୍ବମୋଟ 113 ଜଣ ସାଂସଦ ଅଛନ୍ତି । ଯାହା ବହୁମତଠାରୁ କେବଳ 5 ସଂଖ୍ୟାରେ କମ୍‌ ।

ତେବେ ସରକାରଙ୍କ ନଜର ଏବେ ସେହି ଦଳଙ୍କ ଉପରେ ରହିବ ଯିଏ ନା ଏନଡିଏକୁ ସମର୍ଥନ କରନ୍ତି ନା ୟୁପିଏକୁ । ଏହି ଦଳଙ୍କ ମଧ୍ୟରେ ଅଛନ୍ତି 7 ସଦସ୍ୟଯୁକ୍ତ ବିଜେଡି, 6 ସଦସ୍ୟଯୁକ୍ତ ଟିଆରଏସ ଏବଂ 2 ଆସନଯୁକ୍ତ ୱାଇଆରଏସ । ତେବେ ଏହି ଦଳ ଗୁଡିକ ଯଦି ତିନି ତଲାକ ବିଲ୍ ସମୟରେ ସମର୍ଥନ ବଦଳରେ ୱାକଆଉଟ୍‌ ମଧ୍ୟ କରନ୍ତି ତାହେଲେ ବି ବିଜେପି ପକ୍ଷରେ ବିଲ୍‌କୁ ପାରିତ କରିବା ସହଜ ହେବ ।

Intro:Body:

dfsd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.