ନୂଆଦିଲ୍ଲୀ: ଦ୍ବିତୀୟଥର ପାଇଁ ତଥା ପୁନଃକ୍ଷମତାକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ପୁଣିଥରେ 8ଟି କ୍ୟାବିନେଟ କମିଟି ଗଠନ କରିଛନ୍ତି । ତେବେ ସରକାରଙ୍କ ଆଗରେ ପ୍ରମୁଖ ସମସ୍ୟା ଗୁଡିକ ଉଭା ହୋଇଛି । ସମସ୍ୟାକୁ ସୁଧାରିବା ପାଇଁ କମିଟି ଗଠନ କରି ମୁକାବିଲା କରିବେ ସରକାର । ଆର୍ଥିକ ବିକାଶକୁ ବଢାଇବା ପାଇଁ ନିବେଶ, ବିକାଶ ଦିଗରେ ବେରୋଜଗାରକୁ ଦୂର କରିବା ଏବଂ କୌଶଳ ବିକାଶ ପାଇଁ ଏହି କମିଟି ଗଠିତ ହୋଇଛି । ସମସ୍ତ କମିଟିରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଜନାଥ ସିଂହ ମୁଖ୍ୟ ଅଛନ୍ତି ।
ଗୁରୁବାର ଯେଉଁ ସମିତି ଘୋଷଣା କରାଯାଇଛି ସେଥିରେ ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି (ଏସିସି) ମଧ୍ୟ ସାମିଲ ରହିଛି । ଯାହାର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ କରୁଛନ୍ତି । ସେପଟେ ଶାହା ଅନ୍ୟ ସଦସ୍ୟଙ୍କୁ ଅଧ୍ୟକ୍ଷତା କରୁଛନ୍ତି । ସୁରକ୍ଷା ଉପରେ ମଧ୍ୟ ସମିତି ଗଠନ କରାଯାଇଛି । ଏହାର ଅଧ୍ୟକ୍ଷତା କରିବେ ମୋଦି । ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ସଦସ୍ୟ ରହିବେ ।
ସମସ୍ତ 8ଟି କ୍ୟାବିନେଟ କମିଟିରେ ଅମିତ ଶାହଙ୍କୁ ସ୍ଥାନ ମିଳିଛି, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ...
ଆପଏଣ୍ଟମେଣ୍ଟ କମିଟି ଅଫ୍ ଦ କ୍ୟାବିନେଟ ମେମ୍ବର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ
କ୍ୟାବିନେଟ କମିଟି ଅନ ଆକମଣ୍ଡେଶନ
ଗୃହମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି କମିଟିରେ ଅଛନ୍ତି । ବିଶେଷ ଭାବେ ଜିତେନ୍ଦ୍ର ସିଂହ ଏବଂ ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।
କ୍ୟାବିନେଟ କମିଟି ଅନ ଇକୋନମିକ ଆଫେୟାର୍ସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡକରୀ, ଡିବି ସଦାନନ୍ଦ ଗୌଡ଼, ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂହ ତୋମାର, ରବି ଶଙ୍କର ପ୍ରସାଦ, ହରସିମରତ କୌର ବାଦଲ, ଡା. ଏସ ଜୟଶଙ୍କର, ପିୟୁଷ ଗୋଏଲ ଏବଂ ଧର୍ମେନ୍ଦ୍ର ପ୍ରଧାନ ।
କ୍ୟାବିନେଟ କମିଟି ଅନ ପାର୍ଲ୍ୟାମେଣ୍ଟ ଆଫେୟାର୍ସ
ଏହି କମିଟିରେ ଅମିତ ଶାହ, ନିର୍ମଳା ସୀତାରମଣ, ରାମବିଳାସ ପାସୱାନ, ନରେନ୍ଦ୍ର ସିଂହ ତୋମାର, ରବି ଶଙ୍କର ପ୍ରସାଦ, ଥାୱର ଚନ୍ଦ ଗେହଲଟ, ପ୍ରକାଶ ଜାଭେଡକର ଏଭଂ ପ୍ରହ୍ଲାଦ ଜୋଶୀଙ୍କୁ ସ୍ଥାନ ଦିଆଯାଇଛି । ବିଶେଷ ଭାବେ ଅର୍ଜୁନ ରାମ ମେଘୱାଲ ଏବଂ ବି ମୁରଲୀଧରନଙ୍କୁ ମଧ୍ୟ ସାମିଲ କରାଯାଇଛି ।
କ୍ୟାବିନେଟ କମିଟି ଅନ ପଲଟିକାଲ ଆଫେୟାର୍ସ
ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ନିତିନ ଗଡକରୀ, ନିର୍ମଳା ସୀତାରମଣ, ରାମବିଳାସ ପାସୱାନ, ନରେନ୍ଦ୍ର ସିଂହ ତୋମାର, ରବି ଶଙ୍କର ପ୍ରସାଦ, ହରସିମରତ କୌର ବାଦଲ, ଡ. ହର୍ଷବର୍ଦ୍ଧନ, ପିୟୁଷ ଗୋଏଲ, ଅରବିନ୍ଦ ସାୱନ୍ତ ଏଭଂ ପ୍ରହ୍ଲାଦ ଜୋଶୀଙ୍କୁ ସାମିଲ କରାଯାଇଛି ।
କ୍ୟାବିନେଟ କମିଟି ଅନ ସିକ୍ୟୁରିଟି
ମୋଦି, ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାମିଲ ଅଛନ୍ତି ।
କ୍ୟାବିନେଟ କମିଟି ଅନ ଇନଭେଷ୍ଟମେଣ୍ଟ ଆଣ୍ଡ ଗ୍ରୋଥ
ମୋଦି, ଅମିତ ଶାହ, ନିର୍ମଣା ସୀତାରମଣ, ପିୟୁଷ ଗୋଏଲ, ନିତିନ ଗଡକରୀ ଅଛନ୍ତି ।
କ୍ୟାବିନେଟ କମିଟି ଅନ ଏମ୍ଲୋଏମେଣ୍ଟ ଆଣ୍ଡ ସ୍କିଲ ଡେଭେଲପମେଣ୍ଟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂହ ତୋମାର, ପିୟୁଷ ଗୋଏଲ, ରମେଶ ପୋଖରିୟଲ, ଧର୍ମେନ୍ଦ୍ର ପ୍ରଧାନ, ମହେନ୍ଦ୍ର ନାଥ ପାଣ୍ଡେ, ସନ୍ତୋଷ କୁମାର ଗଙ୍ଗୱାର ଏବଂ ହରଦୀପ ସିଂହ ପୁରୀ ସାମିଲ ଅଛନ୍ତି । ଏହି କମିଟିରେ ବିଶେଷ ସଦସ୍ୟମାନେ ହେଲେ ନିତିନ ଗଡକରୀ, ହରସିମରତ କୌର ବାଦଲ, ସ୍ମୃତି ଇରାନୀ ଏବଂ ପ୍ରହ୍ଲାଦ ସିଂହ ପଟେଲ ।