ETV Bharat / bharat

ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ ।  ଶିଶୁଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧକୁ ରୋକିବା ଲାଗି ୨୦୧୨ରେ ହୋଇଥିବା ପକ୍ସୋ ଆଇନ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟ୍‌ ମୋହର ମାରିଛି ।

author img

By

Published : Jul 10, 2019, 10:44 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଏଣିକି ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଶିଶୁଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧକୁ ରୋକିବା ଲାଗି ୨୦୧୨ରେ ହୋଇଥିବା ପକ୍ସୋ ଆଇନ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟ୍‌ ମୋହର ମାରିଛି । ଏହି ଆଇନରେ ନାବାଳିକାଙ୍କୁ ଦୁଷ୍କର୍ମ ବା ଯୌନ ଶୋଷଣ କରୁଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ସନ୍ତୋଷ ଗଙ୍ଗଓ୍ୱାର ଏବଂ ନରେନ୍ଦ୍ର ସିଂହ ତୋମାର ସାମ୍ୱାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ତେବେ ଏହି ବୈଠକରେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର କ୍ୟାବିନେଟ୍‌ ତୃତୀୟ ଲିଙ୍ଗୀଙ୍କ ଅଧିକାର ସୁରକ୍ଷା ବିଲ୍‌ 2019 କୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ଏହି ବିଧେୟକରେ ତୃତୀୟ ଲିଙ୍ଗୀଙ୍କ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ବିକାଶ ପାଇଁ କାର୍ଯ୍ୟ କରିବାର ପ୍ରାବଧାନ ରହିଛି । ଏହା ବ୍ୟତିତ ବୈଠକରେ ରାଜ୍ୟ-ରାଜ୍ୟ ମଧ୍ୟରେ ଉପୁଜୁଥିବା ନଦୀ ଜଳ ବଣ୍ଟନ ବିବାଦର ସମାଧାନ କରିବାକୁ ସିଙ୍ଗଲ୍ ଟ୍ରିବ୍ୟୁନାଲ୍ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.