ETV Bharat / bharat

ଭୁଲ କୋରୋନା ମୃତ୍ୟୁ ତଥ୍ୟ: ତାମିଲନାଡୁ ସରକାରଙ୍କୁ ଷ୍ଟାଲିନଙ୍କ ସମାଲୋଚନା - ତାମିଲନାଡୁ ସରକାରଙ୍କୁ ଷ୍ଟାଲିନଙ୍କ ସମାଲୋଚନା

ଜୁନ୍ 9ରେ ଏକ ଯାଞ୍ଚ ସମୟରେ ଚେନ୍ନାଇରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଏବଂ ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରକାଶିତ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ଦେଖାଦେଇଥିଲା । ଏଥିପାଇଁ ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନ ତାମିଲନାଡୁ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଭୁଲ କୋରୋନା ମୃତ୍ୟୁ ତଥ୍ୟ: ତାମିଲନାଡୁ ସରକାରଙ୍କୁ ଷ୍ଟାଲିନଙ୍କ ସମାଲୋଚନା

author img

By

Published : Jun 16, 2020, 4:52 AM IST

ଚେନ୍ନାଇ: ତାମିଲନାଡୁରେ ମୃତ୍ୟୁ ସଂଖ୍ୟା ନେଇ ବିବାଦ ଥମିବାର ନାମ ନେଉନି । ନିକଟରେ ଚେନ୍ନାଇରେ ପ୍ରକୃତ ତଥ୍ୟ ଓ ସରକାରୀ ତଥ୍ୟ ମଧ୍ୟରେ ତାଳମେଳ ନଥିବା ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଆଉ ଏବେ ଏଥିପାଇଁ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ତାମିଲନାଡୁ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଏପରି ଘଟଣା କୌଣସି ପ୍ରକାର ସାଧାରଣ କଥା ନୁହେଁ । ଏହାକୁ ଆଉ ସାମାନ୍ୟ ଘଟଣା ବୋଲି କୁହାଯାଇପାରିବ ନାହିଁ । କୋଭିଡ-19 ମୃତ୍ୟୁ ସଂଖ୍ୟାରେ ଭୁଲ ତଥ୍ୟ ଦେବା ଏକ ଅପରାଧ । ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ । ପ୍ରକୃତ ତଥ୍ୟକୁ ଲୁଚାଇବାର ପ୍ରୟାସ କରି ସରକାରୀ ଅଧିକାରୀ ଗୁରୁତର ଭୁଲ କରିଛନ୍ତି । ଏହା ସାମାନ୍ୟ ଘଟଣା ନୁହେଁ ବୋଲି ଷ୍ଟାଲିନ କହିଛନ୍ତି ।

85 ଦିନର ଲକଡାଉନ ପରେ ବି ଘଟଣାରେ ଏପରି ଢିଲା ମନୋଭାବକୁ ସେ ସମାଲୋଚନା କରିଛନ୍ତି । ଚେନ୍ନାଇ ମେଟ୍ରୋ ସିଟିର ଅଧିକାରୀ ଏବଂ ସରକାରୀ ତଥ୍ୟ ମଧ୍ୟରେ ତାଳମେଳର ଅଭାବର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର । ଏତେ ଦିନ ପରେ ବି ଗଣନା ପ୍ରକ୍ରିୟା ସହ ଅଧିକାରୀମାନେ ନିଜକୁ ଖାପ ଖୁଆଇ ନ ପାରିବା ଲଜ୍ଜାକର ବିଷୟ ବୋଲି ସେ କହିଛନ୍ତି । ଏହାସହ ଷ୍ଟାଲିନ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଉଛି । ଏଥିପାଇଁ ସାମ୍ପଲ ଟେଷ୍ଟିଂ ସଂଖ୍ୟା ଆହୁରି ବଢାଇବା ଦରକାର । ଫଳରେ ଏହାକୁ ଶୀଘ୍ର ମୁକାବିଲା କରିହେବ ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ କି ଜୁନ୍ 9ରେ ଏକ ଯାଞ୍ଚ ସମୟରେ ଚେନ୍ନାଇରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଏବଂ ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରକାଶିତ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ଦେଖାଦେଇଥିଲା । ସରକାରୀ ତଥ୍ୟ ଅନୁସାରେ ଏହି ସଂଖ୍ୟା 224 ଥିଲା । ଯେବେକି ଚେନ୍ନାଇ ମେଟ୍ରୋ ସିଟି ଅଧିକାରୀଙ୍କ ତଥ୍ୟ ଅନୁସାରେ ଏହା 460 ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.