ETV Bharat / bharat

ମିଜୋରାମର ଅଜବ ପରମ୍ପରା, ବିଶ୍ବାସରେ ଚାଲିଛି ଦୋକାନ

ବିଶ୍ବାସ ଓ ଭରଷା ଏବେ ଦୁନିଆରୁ ତୁଟିଯାଉଥିବା ବେଳେ ଭାରତର କିଛି ସ୍ଥାନରେ ଏହା ଏବେ ବି ବଞ୍ଚି ରହିଛି। ଯାହାର ନିଚ୍ଛକ ଝଲକ ଦେଖିବାକୁ ମିଳିଛି ମିଜୋରାମର ଜଙ୍ଗଲ ମଧ୍ୟରେ। ଏଠାରେ ବିନା ଦୋକାନୀରେ ଦୋକାନ ଚାଲିଛି।

author img

By

Published : Jun 21, 2020, 1:39 PM IST

ମିଜୋରାମର ଅଜବ ପରମ୍ପରା, ବିଶ୍ବାସରେ ଚାଲିଛି ଦୋକାନ
ମିଜୋରାମର ଅଜବ ପରମ୍ପରା, ବିଶ୍ବାସରେ ଚାଲିଛି ଦୋକାନ

ସିଲଂ: ବିଶ୍ବାସ ଓ ଭରଷା ଏବେ ଦୁନିଆରୁ ତୁଟିଯାଉଥିବା ବେଳେ ଭାରତର କିଛି ସ୍ଥାନରେ ଏହା ଏବେ ବି ଏହା ବଞ୍ଚି ରହିଛି। ପଛରୁ ଛୁରୀ ଭୁଷିବା ସଦୃଶ୍ୟ ବିଶ୍ବାସ ଓ ଭରଷା କରୁଥିବା ବ୍ୟକ୍ତିର ଭରଷା ଭାଙ୍ଗିଦେଲେ ମନପ୍ରାଣ ଆପେ ଆପେ ମରିଯାଏ।

ହେଲେ ମିଜୋରାମର ଏହି ଦୃଶ୍ୟ ବିଶ୍ବାସ ଓ ଭରସା ପ୍ରତି ଆପଣଙ୍କ ଭାବନାକୁ ଅଧିକ ମଜବୁତ ଓ ଅତୁଟ ରଖିବ। ଦୋକାନ ଖୋଲିଛି ସାମଗ୍ରୀ ବି ବିକ୍ରି ହେଉଛି ହେଲେ ନାହାଁନ୍ତି ଦୋକାନୀ। ଗରାଖ ସାମଗ୍ରୀ ବି କିଣୁଛନ୍ତି ସଠିକ୍ ଅର୍ଥ ବି ପ୍ରଦାନ କରୁଛନ୍ତି। ଏ ହେଉଛି ମିଜୋରାମର ଦୋକାନୀ ବିହୀନ ଦୋକାନ ଏବଂ ବିଶ୍ବାସୀ ଗରାଖଙ୍କ ମଧ୍ୟରେ ସମ୍ପର୍କର ସେତୁର କଥା।

ସିଲଂର ରାଜପଥରେ, ମିଜୋରାମର ଜଙ୍ଗଲରେ ପରିପୂର୍ଣ୍ଣ ରାଜ୍ୟରେ, ଦୋକାନୀମାନଙ୍କ ବିନା ଅନେକ ଦୋକାନ ଅଛି ଯାହା କେବଳ ବିକ୍ରୟ ପାଇଁ ଜିନିଷ ପ୍ରଦାନ କରେ ନାହିଁ ବରଂ ଶିଖିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ଏକ ବହୁମୂଲ୍ୟ ଶିକ୍ଷା ଅଟେ।

ଯେଉଁଠାରେ ଏକ ସ୍ଥାନୀୟ ସମ୍ପ୍ରଦାୟ ଏକ ନିଆରା ଏବଂ ଚମତ୍କାର ପରମ୍ପରା ଚଳାଇ ଆସିଛି। “ନାଗା ଲୋଉ ସଂସ୍କୃତି”ଭାବରେ ଜଣାଶୁଣା। ଏହି ପରମ୍ପରାରେ ଦୋକାନ ଖୋଲାଯିବ ହେଲେ ଦୋକାନୀ ଅନୁପସ୍ଥିତ ରହିବ।

ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମ୍ପ୍ରତି ଏକ ହୋମ ଇଣ୍ଡିଆ ନାମକ ଏକ ଏନଜିଓ ଦ୍ୱାରା ଟୁଇଟ୍ କରାଯାଇଛି। ସେମାନେ ଲେଖିଛନ୍ତି ଯେ ଦୋକାନୀମାନେ ସେମାନଙ୍କର ଦୋକାନ ଖୋଲନ୍ତି ଏବଂ ସେମାନଙ୍କ ଦୋକାନରେ ଟଙ୍କା ଜମା ବାକ୍ସ ରଖନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.