ରାୟପୁର: ଯଶପୁର ଜିଲ୍ଲା ବଗିଚା ଷ୍ଟେସନ ଅଞ୍ଚଳରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସମ୍ପର୍କୀୟ ଭାଇ 5 ବର୍ଷର ନିରୀହ ଭଉଣୀକୁ ଦୁଷ୍କର୍ମ କରିବା ସହ ପଥରରେ ଛେଚି ହତ୍ୟା କରିଛି । ହତ୍ୟା କରିଥିବା ଭାଇ ମଧ୍ୟ ନାବାଳକ ।
ଛତିଶଗଡର ବଗିଚା ଷ୍ଟେସନ ଅଞ୍ଚଳରେ ଘଟିଛ ଏପରି ଚାଞ୍ଚଲ୍ୟ । ଷ୍ଟେସନ ଦାୟିତ୍ବରେ ଥିବା ଭାସ୍କର ଶର୍ମା କହିଛନ୍ତି ଯେ ଝିଅଟି ଜୁଲାଇ 24 ରେ ତାଙ୍କ ସମ୍ପର୍କୀୟଙ୍କ ସହ ମେଣ୍ଢା ଚରାଇବାକୁ ଯାଇଥିଲା। ଏହାପରେ ଶିଶୁର ନିଖୋଜ ହେବା ନେଇ ଜୁଲାଇ 26ରେ ଥାନାରେ ମାମଲା ରୁଜୁ ହୋଇଥିଲା ।
ଏହି ମାମଲାରେ ପୋଲିସ ସମ୍ପର୍କୀୟ ଭାଇକୁ ସନ୍ଦେହ କରି ପଚରାଉଚରା କରିବା ପରେ ସେ ସତ ସ୍ବୀକାର କରିଥିଲା। ନାବାଳକ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ସ୍ବୀକାର କରିବା ସହ ଜଙ୍ଗଲରେ ପଥରରେ ଛେଚି ମୃତଦେହ ସେଠାରେ ଛାଡିଆସିଥିଲା ବୋଲି କହିଥିଲା । ଆଇପିସିର ଧାରା 363,302,376 ଅନୁଯାୟୀ ଓ ପୋକ୍ସୋ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।