ETV Bharat / bharat

ରେଳ କର୍ମଚାରୀଙ୍କ ପାଇଁ ଖୁସିଖବର, ବଢିଲା ଯାତ୍ରା ପାସ୍‌ ସମୟସୀମା - ବଢିଲା ରେଳ ଯାତ୍ରା ପାସ ଅବଧି

ରେଳ କର୍ମଚାରୀଙ୍କ ଯାତ୍ରା ପାସ ଅବଧି ବୃଦ୍ଧି କରିଛି ରେଳ ମନ୍ତ୍ରାଳୟ । ଲକଡାଉନ ଯୋଗୁଁ ପୂର୍ବରୁ ଜାରି ହୋଇଥିବା ରେଳୱେ ଯାତ୍ରା ପାସ୍‌ ସବୁ ବିନା ବ୍ୟବହାରରେ ଏକ୍ସପାଏର ହୋଇଯାଇଥିଲା । ଏଣୁ ଏବେ କର୍ମଚରୀଙ୍କ ସୁବିଧାକୁ ନଜରରେ ରଖି ମନ୍ତ୍ରାଳୟ ଏ ନେଇ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ..

ministry of railways extended the deadline pass issued to railway worker
ରେଳ କର୍ମଚାରୀଙ୍କ ପାଇଁ ଖୁସିଖବର, ବଢିଲା ଯାତ୍ରା ପାସ୍‌ ସମୟସୀମା
author img

By

Published : Jun 16, 2020, 6:37 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ରେଳ କର୍ମଚାରୀଙ୍କୁ ଅଲଗା ଅଲଗା ମାସରେ ଜାରି ଇୟର ଏଣ୍ଡିଙ୍ଗ , PTO ସମେତ ବିଭିନ୍ନ ଯାତ୍ରା ପାସ୍‌ ର ସମୟସୀମା ବୃଦ୍ଧି କରିଛି ରେଳ ମନ୍ତ୍ରାଳୟ । କର୍ମଚାରୀଙ୍କୁ ମାର୍ଚ୍ଚ 1ରୁ ମାର୍ଚ୍ଚ 31 ମଧ୍ୟରେ ଜାରି ହୋଇଥିବା ପାସ୍‌ର ବୈଧତା ଅକ୍ଟୋବର 15 ଯାଏଁ ବଢାଇ ଦିଆଯାଇଛି ।

ରେଳ ବୋର୍ଡର ଡେପ୍ୟୁଟି ଡାଇରେକ୍ଟର ଭି ମୁରଳିଧର ପାସ୍‌ ସମୟସୀମା ସମ୍ବନ୍ଧରେ ଆଦେଶ ସୋମବାର ଜାରି କରିଥିଲେ । ଏହା ଅନୁସାରେ ଟ୍ରାନ୍ସଫର, ସେଟଲମେଣ୍ଟ, କିଟ, ସ୍କୁଲ ଏବଂ ମେଡିକାଲ ଗ୍ରାଉଣ୍ଡରେ ଜାରି ସ୍ପେଶାଲ ପାସ୍‌ ବୈଧତା ଗୋଟିଏ ମାସ ଅର୍ଥାତ ଜୁନ 30ରୁ ସେପ୍ଚେମ୍ବର ଯାଏଁ ବୃଦ୍ଧି କରାଯାଇଛି ।

ରେଳୱେ ଅନୁଯାୟୀ, ଯେଉଁ କର୍ମଚାରୀଙ୍କ ପାସର ଅବଧି ମେ 31ରେ ଶେଷ ହୋଇଯାଇଛି ତାହାକୁ ଜୁନ 15 ଯାଏଁ ବଢାଯାଇଛି । ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉ ଜାରି ରହିଥିବାକୁ ଯାତ୍ରା ପାସ ବ୍ୟବହାର ହୋଇପାରିନଥିଲା ।

ଦର୍ଶାଇଯାଇଛି କି, ଏବର୍ଷ ଜାନୁଆରୀ ପହିଲାରୁ 31 ମଧ୍ୟରେ ଯେଉଁମାନେ ପାସ୍‌ କରିଥିଲେ , ସେଗୁଡିକର ବୈଧତା ଅବଧି ସେପ୍ଟେମ୍ବର 15 ଯାଏଁ ବଢାଇ ଦିଆଯାଇଛି । ଏଭଳି ଭାବେ ଯେଉଁ କର୍ମଚାରୀଙ୍କୁ ପାସ୍‌ ଫେବୃଆରୀ ପହିଲାରୁ 29 ଓ ମାର୍ଚ୍ଚ 1ରୁ 31 ମଧ୍ୟରେ ଜାରି ହୋଇଛି ସେହି ପାସର ବୈଧତା ଅକ୍ଟୋବର 15 ଯାଏଁ ବଢାଇ ଦିଆଯାଇଛି ।

କର୍ମଚାରୀଙ୍କୁ ନିଜ ପରିବାର ସାଙ୍ଗରେ ଯାତ୍ରା ପାଇଁ ପାସ ଜାରି କରିଥାଏ । ଏଥିସହ 6 ମାସ ଅନ୍ତରାଳରେ ଫ୍ରିଭଲେଜ ଟିକେଟ ଅର୍ଡର( ପିଟିଓ) ମଧ୍ୟ ଜାରି କରିଥାଏ । ଏହା ଅଧିନରେ ଟିକେଟର ଏକ-ଚତୁର୍ଥାଂଶ ଟଙ୍କା ଦେଇ ଯାତ୍ରା ପାଇଁ ଅନୁମତି ମିଳିଥାଏ ।

ପ୍ରକାଶ ଯେ, କୋରୋନା ଭାଇରସ ପ୍ରତିହିତ ପାଇଁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ରହିଥିଲା । ଆଉ ଏହି 2 ମାସରେ କର୍ମଚାରୀଙ୍କ ପାସ୍‌ ଅବଧି ଶେଷ ହୋଇଯାଇଥିବାରୁ ସଂଘର ଏହାକୁ ବୃଦ୍ଧି ପାଇଁ ଦାବି କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.