ETV Bharat / bharat

ଭାରତରେ ମାନସିକ ଅବସାଦ ଓ ଏହାର ପରିଣାମ... - ମାନସିକ ରୋଗ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟ ପରେ ସୋସିଆଲ ମିଡିଆରେ ବଢିଛି ମାନସିକ ରୋଗକୁ ନେଇ ତର୍କ । ହେଲେ ବାସ୍ତବରେ ଏହା କ’ଣ ଓ ଭାରତରେ ଏହାର ପ୍ରଭାବ କ’ଣ ରହିଛି ତାହା ପଢନ୍ତୁ...

mental health in india, anxiety, depression, mental illness, consequence of mental health in india, ଭାରତରେ ମାନସିକ ସ୍ବାସ୍ଥ୍ୟ, ମାନସିକ ଚିନ୍ତା, ମାନସିକ ଅବସାଦ, ମାନସିକ ରୋଗ, ଭାରତରେ ମାନସିକ ଅବସାଦର ପରିଣାମ
ଭାରତରେ ମାନସିକ ଅବସାଦ ଓ ଏହାର ପରିଣାମ...
author img

By

Published : Jun 18, 2020, 10:35 PM IST

Updated : Jun 19, 2020, 1:18 AM IST

ହାଇଦ୍ରାବାଦ: ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାରା ଦେଶରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ମାନସିକ ଅବସାଦକୁ ନେଇ ଚର୍ଚ୍ଚା । ମାନସିକ ସୁସ୍ଥତା ଯେ ଜଣଙ୍କ ପାଇଁ କେତେ ଜରୁରୀ ସେନେଇ ବିଭିନ୍ନ ମହଲରୁ ଛୁଟୁଛି ପ୍ରତିକ୍ରିୟା । ହେଲେ ଏହି ମାନସିକ ସ୍ବାସ୍ଥ୍ୟ କ’ଣ ଓ ଏହା ସହ କିପରି ଲଢାଯାଇପାରେ ସେନେଇ ପ୍ରଥମେ ସମସ୍ତେ ସମ୍ୟକ ସୂଚନା ରଖିବା ଦରକାର ।

ଭାରତରେ ମାନସିକ ସ୍ବାସ୍ଥ୍ୟର ଏକ ସଂକ୍ଷିପ୍ତ ବିବରଣୀ :

  • ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୂଚନା ମୁତାବକ ପ୍ରାୟ 90 ମିଲିୟନରୁ ଅଧିକ ଭାରତୀୟ କିମ୍ବା ସମୁଦାୟ ଜନସଂଖ୍ୟାର 7.5 ପ୍ରତିଶତ ଲୋକେ ମାନସିକ ଅସୁସ୍ଥତା ବା ମାନସିକ ଅବସାଦ ଦେଇ ଗତି କରନ୍ତି ।
  • 2019 ଡିସେମ୍ବରରେ ଲଣ୍ଡନର ଲାନସେଟରେ ‘ବର୍ଡେନ ଅଫ ମେଣ୍ଟାଲ ଡିସଅର୍ଡର ଆକ୍ରସ ଦି ଷ୍ଟେଟ୍ସ ଅଫ ଇଣ୍ଡିଆ’ ଶୀର୍ଷକ ଥିବା ଏକ ବିବରଣୀ ପ୍ରକାଶ ପାଇଥିଲା । ଯେଁଉଥିରେ 1990ରୁ 2017 ମଧ୍ୟରେ ଭାରତରେ ମାନସିକ ସ୍ବାସ୍ଥ୍ୟର ସ୍ଥିତି ଉପରେ ଆଲୋଚନା କରାଯାଇଥିଲା । ଏହା ଭାରତରେ କିପରି ଏକ ସମସ୍ୟା ଭାବେ ଉଭା ହୋଇଥିଲା ତାହା ପ୍ରକାଶ କରାଯାଇଥିଲା ।
  • ଭାରତରେ ମାନସିକ ଅବସାଦ ଏକ ଏପରି ରୋଗ ଯେଉଁଥିରେ ମୃତ୍ୟୁହାର କମ୍‌ ସତ ହେଲେ ଏହାର ପରିଣାମ ଅତି ଭୟଙ୍କର । 2017ରେ ହୋଇଥିବା ଏକ ସର୍ଭେ ମୁତାବକ ଭାରତରେ ପ୍ରତି 7 ଜଣରେ ଜଣେ ବ୍ୟକ୍ତି ମାନସିକ ଅବସାଦରେ ପୀଡିତ । ଯାହା 1990 ତୁଳନାକରେ ଦ୍ବିଗୁଣିତ ହୋଇଥିବା ଜଣା ପଡିଛି । ସେପଟେ ମାନସିକ ଅବସାଦଗ୍ରସ୍ତ ଯୁବପୀଢି ଆତ୍ମହତ୍ୟା ପରି ଚରମ ପଦକ୍ଷେପକୁ ଏହାର ସମାଧାନ ବୋଲି ଭାବୁଥିବା ଦେଖାଯାଉଛି । 2016ର ସର୍ଭେ ମୁତାବକ 15ରୁ 39 ବର୍ଷ ବୟସ୍କମାନେ ଏହା ଦ୍ବାରା ବିଶେଷ ପ୍ରଭାବିତ ହୋଇଥାଆନ୍ତି ।
  • 1990 ରୁ 2017 ମଧ୍ୟରେ ମାନସିକ ଅବସାଦର ପରିସର ମୁଖ୍ୟତଃ ଡିପ୍ରେସନ, ଚିନ୍ତା ଓ ସିଜୋଫେରେନିଆ ପରି ସାଙ୍ଘାତିକ ପରିସ୍ଥିତିକୁ ପ୍ରସାରିତ ହୋଇଥିବା ଦେଖାଯାଇଛି । ତେଣୁ ଭାରତ ବର୍ତ୍ତମାନ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।
  • ଭାରତରେ ଏହି ସମସ୍ୟା ଉପରେ ଖୁବ କମ୍‌ ଦୃଷ୍ଟି ଦିଆଯାଉଛି । 2019 ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ବଜେଟରେ ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଏନଏମଏଚପି)ରେ ପୂର୍ବର 50 କୋଟି ତୁଳନାରେ ମାତ୍ର 40 କୋଟି ଖର୍ଚ୍ଚ ମଞ୍ଜୁର ହୋଇଥିଲା ।
  • 2020ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ସାରା ଦେଶରେ ମାନସିକ ସ୍ବାସ୍ଥ୍ୟ ପାଇଁ ମାତ୍ର 9000 ଜଣ ବିଶେଷଜ୍ଞ ରହିଛନ୍ତି । ଅନ୍ୟ ଶବ୍ଦରେ କହିବାକୁ ଗଲେ ପ୍ରତି 1 ଲକ୍ଷ ଡାକ୍ତରଙ୍କ ମଧ୍ୟରେ ମାତ୍ର ଜଣେ ମାନସିକ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ । ଯେବେକି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ନିୟମ ମୁତାବକ ଏହି ସଂଖ୍ୟା 3 ରହିବା ଦରକାର ।

‘ଡିଜିଜ ବର୍ଡେନ ଡ୍ୟୁ ଟୁ ମେଣ୍ଟାଲ ଡିଜଅର୍ଡର’କୁ ନେଇ ପ୍ରକାଶିତ ପ୍ରଥମ ବିସ୍ତୃତ ତଥ୍ୟ :

  • ଭାରତରେ ପ୍ରତି 7 ଜଣରେ ଜଣେ ମାନସିକ ରୋଗରେ ପୀଡିତ । 2017ର ତଥ୍ୟ ମୁତାବକ ଅଧିକାଂଶ ମାନସିକ ରୋଗୀ ଡିପ୍ରେସନ ଓ ଚିନ୍ତା ଭଳି ସ୍ଥିତି ଦେଇ ଗତି କରିଥାଆନ୍ତି । ଏହା ଦ୍ବାରା ପ୍ରାୟ 45.7 ମିଲିୟନରୁ 44.9 ମିଲିୟନ ଲୋକେ ପ୍ରଭାବିତ ହୋଇଥାଆନ୍ତି ।
  • 2017 ମସିହାର ରିପୋର୍ଟ ମୁତାବକ 19.7 କୋଟି ଭାରତୀୟ ମାନସିକ ରୋଗାଗ୍ରସ୍ତ ।
  • 4.5 କୋଟି ଭାରତୀୟ ଡିପ୍ରେସନର ଶିକାର ।
  • 5 କୋଟି ଭାରତୀୟ ଅତ୍ୟଧିକ ଚିନ୍ତା ଭଳି ମାନସିକ ରୋଗରେ ପୀଡିତ ।
  • 1990 ତୁଳନାରେ 2017 ମସିହାରେ ଭାରତରେ ମାନସିକ ରୋଗ ଦ୍ବାରା ସାଧାରଣ ଜୀବନଯାପନ ଉପରେ ପ୍ରଭାବର ମାତ୍ରା 2.5 ପ୍ରତିଶତ ବୃଦ୍ଧ ପାଇଛି ।

ଜୁନ 14ରୁ 18 ମଧ୍ୟରେ ସର୍ବାଧିକ ରହିଛି ଆତ୍ମହତ୍ୟାର ସଂଖ୍ୟା:

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ବଲିଉଡର ତାରକାଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସଭିଙ୍କ ମନରେ ଉଙ୍କି ମାରୁଛି ଗୋଟିଏ ପ୍ରଶ୍ନ । କାହିଁକି ସୁଶାନ୍ତ ଆତ୍ମହତ୍ୟା ପରି ବଡ ପଦକ୍ଷେପ ନେଲେ? ତେବେ ଏହି ଘଟଣା ପରେ ତାଙ୍କ ପ୍ରଶଂସକ ଓ ମୁଖ୍ୟତଃ ଯୁବପୀଢି ବର୍ତ୍ତମାନ ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ କରିଛନ୍ତି । ସମାଧାନ ସ୍ବରୂପ ସମସ୍ତେ ସମସ୍ତଙ୍କ ସହ କଥା ହେବା ପାଇଁ ପରାମର୍ଶ ଦେଉଛନ୍ତି । ହେଲେ ବାସ୍ତବତା କିଛି ଭିନ୍ନ ଉତ୍ତର ଦେଉଛି । ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ 4 ଦିନ ହେବ ବିଭିନ୍ନ ସ୍ଥାନରେ ବଢିବାରେ ଲାଗିଛି ଆତ୍ମହତ୍ୟା ସଂଖ୍ୟା । ଯାହା ବର୍ତ୍ତମାନ ଏ ଦିଗ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁକ୍ତ ଆହ୍ବାନ ଦେଉଛି ।

ଜୁନ 14ରୁ ଜୁନ 18 ମଧ୍ୟରେ ଆତ୍ମହତ୍ୟାର ତଥ୍ୟ:

mental health in india, anxiety, depression, mental illness, consequence of mental health in india, ଭାରତରେ ମାନସିକ ସ୍ବାସ୍ଥ୍ୟ, ମାନସିକ ଚିନ୍ତା, ମାନସିକ ଅବସାଦ, ମାନସିକ ରୋଗ, ଭାରତରେ ମାନସିକ ଅବସାଦର ପରିଣାମ
ଭାରତରେ ମାନସିକ ଅବସାଦ ଓ ଏହାର ପରିଣାମ...

ମହାରାଷ୍ଟ୍ର :

- ସେକ୍ଟର 24 ସ୍ଥିତ ଇଏସଆଇସି ଡାକ୍ତରଖାନାର ସପ୍ତମ ମହଲାରୁ ଡେଇଁ ଜଣେ 22 ବର୍ଷୀୟ ମହିଳା ଆତ୍ମହତ୍ୟା କରିଥିଲେ । ମଙ୍ଗଳବାର ସାମ୍ନାକୁ ଆସିଥିବା ଏହ ଘଟଣାରେ କୋରୋନା ସଂକ୍ରମଣ କାରଣ ହୋଇଥିବା ସନ୍ଦେହ କରାଯାଉଛି । ଚଳିତ ବର୍ଷ ସେ ବି.କମ୍‌ ରେ ପଢା ଶେଷ କରିଥିବା ବେଳେ ତାଙ୍କୁ କୋରୋନା ହୋଇଥିବା କୁହାଯାଉଛି ।

- ଶିବ ସେନା କର୍ପୋରେଟରଙ୍କ 25 ବର୍ଷୀୟ ପୁଅ ଅଭିଷେକ ସେତ୍ୟେ ଚେମ୍ବୁରର ସୁମନ ନଗର କଲୋନୀରେ ନିଜର ପ୍ରାଣ ନେଇଥିବା ଜଣା ପଡିଥିଲା ।

ବିହାର :

- ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରୁଥିବା ଜଣେ 18 ବର୍ଷୀୟା ଝିଅ ରହୁଥିବା ଭଡା ଘରେ ପଙ୍ଖାରୁ ଝୁଲି ଆତ୍ମହତ୍ୟା କରିଥିଲା । ସୋମବାର ଘଟିଥିବା ଏହି ଘଟଣା ପାଇଁ ପରିବାର ଲୋକେ କହିଥିଲେ କି ସେ ଜାରି ରହିଥିବା ଲକଡାଉନ ପାଇଁ ଡିପ୍ରେସନର ଶିକାର ହୋଇଥିଲେ । ସେପଟେ ପୋଲିସର ସୂଚନା ମୁତାବକ ଏହା ପଛରେ କୌଣସି ସ୍ପଷ୍ଟ କାରଣ ଜଣା ପଡିନାହିଁ ।

- 20 ବର୍ଷୀୟ ଜଣେ ପ୍ରବାସୀ ଶ୍ରମିକ ଲକଡାଉନ ମଧ୍ୟରେ ନିଜ ଚାକିରୀ ହରାଇଥିବା ବେଳେ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିଲେ ।

- ଅଭିନୋତା ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ସହି ନପାରି କଦମକୁଆଁ ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରରେ ଜଣେ 17 ବର୍ଷୀ ନାବାଳିକା ଆତ୍ମହତ୍ୟା କରିଥିବା ଜଣା ପଡିଛି ।

ଆନ୍ଧ୍ରପ୍ରଦେଶ :

- ଅଜଣା କାରଣରୁ ଜଣେ ନାବାଳିକା ଏକ କୂଅରେ ଡେଇଁ ଆତ୍ମହତ୍ୟା କରିଥିଲେ । ଏହା ପଛରେ କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରହଥିବା ପୋଲିସ ସୂଚନା ଦେଇଥିଲା ।

- ପରୀକ୍ଷାରେ ଖରାପ ମାର୍କ ପାଇଁ 17 ବର୍ଷୀୟା ହରି ପ୍ରିୟା ଆତ୍ମହତ୍ୟା କରିଥିଲେ । ଏଥିପାଇଁ ସେ କୀଟନାଶକ ଔଷଧ ପିଇଥିବା ପୋଲିସ ସୂଚନା ଦେଇଛି ।

- ସମାନ ଭାବେ ପାଲକୋଣ୍ଡା ଅଞ୍ଚଳରେ ଜନୈକ ନାବାଳିକ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା । ପରୀକ୍ଷାରେ ଫେଲ ହୋଇଥିବାରୁ ବାପା ମା’ଙ୍କ ବିରକ୍ତି ଭାବକୁ ବରଦାସ୍ତ କରିନପାରି ସେ ଏପରି ପଦକ୍ଷେପ ନେଇଥିବା ଜଣା ପଡିଛି ।

କେରଳ :

- ଦଶମ ଶ୍ରେଣୀରେ ପଢୁଥିବା ଜଣେ ଦଳିତ ଛାତ୍ରୀ ଅନଲାଇନ କ୍ଲାସରେ ହେଉଥିବା ପରୀକ୍ଷାରେ କପି କରିବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ବିଫଳ ହେବାରେ ସେ ନିଜ ଘରେ ଆତ୍ମହତ୍ୟା କରିଥିଲେ ।

- ନବମ ଶ୍ରେଣୀର ଜଣେ ଛାତ୍ର କ୍ରିଷ୍ଣା ଗଣେଷ(13) ଅଜଣା କାରଣରୁ ସେ ଆତ୍ମହତ୍ୟା କରିଥିଲେ ।

- 27 ବର୍ଷୀୟ ମାୟାଙ୍କର ମୃତଦେହ ଆଦିବାସୀ କଲୋନୀରୁ ଉଦ୍ଧାର ହୋଇଥିଲା ।

- 33 ବର୍ଷୀୟ ସୁନୀଲ କୁମାର କୋରୋନା ଦ୍ବାରା ସଂକ୍ରମିତ ହେବାରୁ ଚିକିତ୍ସିତ ହେଉଥିଲେ । ସେ ଗଲ୍ଫରୁ ଫେରିବା ପରେ ତାଙ୍କୁ ହୋମ କ୍ବାରେଣ୍ଟାଇନରେ ରଖା ଯାଇଥିଲା । ହେଲେ ମଝିରେ ସେ ସ୍ତ୍ରୀ ଓ ପୁଅଙ୍କୁ ଭେଟିବା ପାଇଁ ଶ୍ବଶୂର ଘରକୁ ଯାଇଥିଲେ । ସେଠାରୁ ଫେରିବା ନିଜ ଦେହରେ ନିଆଁ ଲଗାଇ ସେ ଆତ୍ମହତ୍ୟା କରିଥିଲେ ।

ରାଜସ୍ଥାନ :

- ନିଜ 18 ମାସରୁ ଶିଶୁ ପୁତ୍ରକୁ ମାରିବା ସହ ନିଜେ ଆତ୍ମହତ୍ୟା କରିଥିଲେ ଏଠାକାର ଜଣେ ସ୍ଥାନୀୟ ମହିଳା ।

- ପ୍ରେମ ସମ୍ପର୍କ ନେଇ ଜଣେ ନାବାଳିକ ଓ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଯୁବକ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ନାବାଳିକା ଜଣଙ୍କ ଡାକ୍ତରଖାନାରେ ଆଖି ବୁଜିଥିଲେ ।

କର୍ଣ୍ଣାଟକ :

- ବେଲଗାଉମରେ ଏସଏସଏଲସି ପରୀକ୍ଷା ହେବାକୁ ଥିବା ବେଳେ ଏହାପୂର୍ବରୁ ଝଣେ ଛାତ୍ର ଆତ୍ମହତ୍ୟା କରିଥିଲେ ।

- ଜଣେ ଯୁବକ ନିଜ ସହ ଭଉଣୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସଙ୍ଗବେଟ୍ଟୁ ଗ୍ରାମରେ ଏହି ଅଘଟଣ ଘଟିଥିଲା ।

ପଶ୍ଚିମବଙ୍ଗ :

- ବୁଧବାର ଭୋର ପ୍ରାୟ 5.30 ସମୟରେ 57 ବର୍ଷୀୟ ନରେଶ ଶାହାଙ୍କ ମୃତଦେହ ଠାବ କରାଯାଇଥିଲା । ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା ।

- ପଟୌଲି ଓ ମୁଚିପରାଠାରେ ଦୁଇ ଜଣ 19 ବର୍ଷୀୟଙ୍କ ମୃତ୍ୟୁ ହୋଇଥିବା ଦେଖାଯାଇଥିଲା । ଉଭୟେ ଏକା ରହୁଥିବା ବେଳେ ଏକାପଣ ସେମାନଙ୍କୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା ।

Last Updated : Jun 19, 2020, 1:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.