ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଟ୍ରମ୍ପ ଦମ୍ପତି । ଆଜି ହେଉଛି ଭାରତ ଗସ୍ତର ଦ୍ବିତୀୟ ଦିନ । ଏହି ଅବସରରେ ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଥିଲା ଦ୍ବିପାକ୍ଷିକ ଆଲୋଚନା ।
ଗୋଟେ ପଟେ ରାଷ୍ଟ୍ରପତି ଟ୍ରମ୍ପ ଗୁରୁତ୍ବପୂର୍ଣ୍ଣ ବୈଠକରେ ବ୍ୟସ୍ତ ଥିବା ବେଳେ ଦିଲ୍ଲୀ ନାନକପୁରା ସ୍ଥିତ ଏକ ସରକାରୀ ବିଦ୍ୟାଳୟରେ ପହଞ୍ଚିଥିଲେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ । ଏପଟେ ଟ୍ରମ୍ପଙ୍କୁ ସ୍ବାଗତ ପାଇଁ ଅନେଇ ବସିଥିଲେ କୁନି କୁନି ଛାତ୍ରଛାତ୍ରୀ । ସେଠାରେ ମେଲାନିୟାଙ୍କୁ ଟୀକା ଚନ୍ଦନ ଲଗାଇ ସ୍କୁଲ ଭିତରକୁ ପାଛୋଟି ନେଇଥିଲେ । ତାଙ୍କୁ ବହୁ ଆଡମ୍ବରରେ ସ୍ବାଗତ କରାଯାଇଥିଲା ।
ହାପିନେସ କ୍ଲାସରେ ଶିଶୁ ମାନଙ୍କୁ ନେଇ ଦେଖି ନମସ୍କାର କରିଥିଲେ ମିଲୋନିଆ । ଆଉ ବେଶ୍ କିଛି ସମୟ ଶିଶୁ ମାନଙ୍କ ଗ୍ରହଣରେ ସମୟ ଅତିବାହିତ କରିବା ସହ ଆଲୋଚନା କରିଥିଲେ । ଏହାସହ ସ୍କୁଲ ପରିସରରେ ବୁଲି ଦେଖିଥିଲେ । ଏପଟେ ଆମେରିକାର ପ୍ରଥମ ମହିଳା ମେଲାନିଆଙ୍କ ପାଇଁ ସ୍କୁଲରେ ଯୋଗ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା । ଯାହାକୁ ମନଭରି ଉପଭୋଗ କରିଥିଲେ ସେ ।
ଅନ୍ୟପଟେ ଶିଶୁ ମାନଙ୍କୁ ସମ୍ବୋଧନ ବେଳେ ‘ନମସ୍ତେ’ କହି ବକ୍ତବ୍ୟ ଆରମ୍ଭ କରିଥିଲେ ସେ । ଭାରତ ଏକ ଭଲ ଦେଶ, ଏଠାକୁ ଆସି ମୁଁ ବହୁତ ଖୁସି ବୋଲି କହିଥିଲେ ମେଲାନିୟା । ଏହାସହ ଭବ୍ୟ ସ୍ବାଗତ ତାଙ୍କୁ ଅଭିଭୂତ କରିଥିଲା । ଏହି ଅବସରରେ ଛାତ୍ରୀଙ୍କ ଦ୍ବାରା ଅଙ୍କିତ ଚିତ୍ର ଦେଖି ଖୁସି ବ୍ୟକ୍ତ କରିଥିଲେ ।
@ANI