ETV Bharat / bharat

ଆଉ 3 ମାସ ଗୃହବନ୍ଦୀ ରହିବେ ମେହବୁବା ମୁଫତି - ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି

ମେ ମାସ ଆରମ୍ଭରେ, ପିଏସଏ ଅଧୀନରେ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ତିନି ମାସ ପାଇଁ ବୃଦ୍ଧି କରାଯାଇଥିଲା । ଏହି ଅବଧି ଶେଷ ହେବାକୁ ଥିବା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ବୃଦ୍ଧି କରିଛି ଜମ୍ମୁ-କାଶ୍ମୀର ପ୍ରଶାସନ ।

ମେହବୁବା ମୁଫତି
ମେହବୁବା ମୁଫତି
author img

By

Published : Jul 31, 2020, 5:26 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ବୃଦ୍ଧି କରାଯାଇଛି । ଶୁକ୍ରବାର ଏହି ଅବଧିକୁ ତିନି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜନ ସୁରକ୍ଷା ଆଇନ ଅନୁଯାୟୀ ତାଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଛି । ଗତ ବର୍ଷ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ମୁଫତିଙ୍କୁ ଗୃହବନ୍ଦୀ ଭାବରେ ରହିଛନ୍ତି ।

ମେ ମାସ ଆରମ୍ଭରେ, ପିଏସଏ ଅଧୀନରେ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ତିନି ମାସ ପାଇଁ ବୃଦ୍ଧି କରାଯାଇଥିଲା । ତେବେ ଏହି ଅବଧି ଶେଷ ହେବାକୁ ଥିବା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ବୃଦ୍ଧି କରିଛି ଜମ୍ମୁ-କାଶ୍ମୀର ପ୍ରଶାସନ । ସେପଟେ କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ମେହବୁବା ମୁଫତିଙ୍କୁ ତାଙ୍କ ବାସଭବନରେ ହିଁ ରଖାଯାଇଛି ।

ଏହାପୂର୍ବରୁ ପିପୁଲ୍ସ କନଫ୍ରେନ୍ସ ନେତା ସଜ୍ଜାଦ ଲୋନଙ୍କୁ ଶୁକ୍ରବାର ମୁକ୍ତ କରାଯାଇଥିଲା । ଗତ ବର୍ଷ ଅଗଷ୍ଟରେ ଜମ୍ମୁ କାଶ୍ମୀରକୁ ବିଶେଷ ଅଧିକାର ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର ଧାରା 370 କୁ ମୋଦି ସରକାରଙ୍କ ଦ୍ବାରା ଉଚ୍ଛେଦ କରାଯାଇଥିଲା। ଏହି ନିଷ୍ପତ୍ତି ପୂର୍ବରୁ ରାଜ୍ୟର ଶତାଧିକ ନେତାଙ୍କୁ ଅଟକ ରଖାଯାଇଥିଲା। ପରିସ୍ଥିତି ସ୍ୱାଭାବିକ ଥିବାରୁ ଅଧିକାଂଶ ଲୋକଙ୍କୁ ମୁକ୍ତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.