ETV Bharat / bharat

ମେହବୁବା ଓ ଅବଦୁହ୍ଲା ଗିରଫ

author img

By

Published : Aug 5, 2019, 8:25 PM IST

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ନ୍ୟାଶନାଲ କନ୍‌ଫ୍ରେନ୍ସ ନେତା ଓମାର ଅବଦୁହ୍ଲା ଗିରଫ ହୋଇଛନ୍ତି ।

ଫାଇଲ ଫଟୋ

ଶ୍ରୀନଗର: ଗୃହବନ୍ଦୀ ପରେ ଗିରଫ ହେଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ସୋମବାର ସନ୍ଧ୍ୟାରେ ପିଡିପି ନେତ୍ରୀ ମେହବୁବାଙ୍କୁ ଗିରଫ କରିବା ପରେ ତାଙ୍କୁ ଶ୍ରୀନଗରସ୍ଥିତ ହରି ନିବାସ ଗେଷ୍ଟହାଉସକୁ ନିଆଯାଇଛି । ତେବେ ଗିରଫର କାରଣ ସ୍ପଷ୍ଟ ହୋଇନଥିବା ବେଳେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ ଏହାର ପୁନର୍ଗଠନ କରିବା ପରେ ଉପତ୍ୟାକାରେ ଯେପରି ଅଶାନ୍ତି ଓ ହିଂସା ନ ବ୍ୟାପେ ସେନେଇ ତାଙ୍କୁ ଗିରଫ କରାଯାଇଥିବା ଆଲୋଚନା ହେଉଛି ।

ସେପଟେ ନ୍ୟାଶନାଲ କନ୍‌ଫ୍ରେନ୍ସ ନେତା ଓମାର ଅବଦୁହ୍ଲାଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜାଣିବାକୁ ମିଳୁଛି । ତାଙ୍କୁ ମଧ୍ୟ ଶ୍ରୀନଗରର ଏକ ଗେଷ୍ଟ ହାଉସରେ ରଖାଯାଇଛି । ତେବେ ଘାଟିରେ ଧାରା 144 ଲାଗୁ ହେବାପରେ ଓମାର ଏବଂ ମେହବୁବା ଲଗାତାର ବିବାଦୀୟ ବୟାନ ଦେଉଥିଲେ ।

ସୂଚନାଯୋଗ୍ୟ, ଗତକାଲି ମଧ୍ୟରାତ୍ରିରୁ ଉଭୟ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ଏମାନଙ୍କ ବ୍ୟତିତ ଜମ୍ମୁ-କାଶ୍ମୀରର ଅନେକ ନେତା ଏବେ ସୁଦ୍ଧା ଗୃହବନ୍ଦୀ ରହିଥିବା ଜଣା ପଡିଛି । ଏହା ବ୍ୟତିତ ଘାଟିରେ ଇଣ୍ଟରନେଟ ସେବା ସମ୍ପୁର୍ଣ୍ଣ ଭାବରେ ବନ୍ଦ କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.