ETV Bharat / bharat

ନିବେଶକଙ୍କୁ ଖୁସ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ

ନିବେଶକଙ୍କୁ ଆକୃଷ୍ଟ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ । ଏନେଇ ବିଜୟୱାଡାରେ ଅଗଷ୍ଟ 9 ତାରିଖରେ ଏକ ମେଗା କନଫରେନ୍ସର ଆୟୋଜନ କରାଯିବ।

author img

By

Published : Jul 28, 2019, 12:56 PM IST

ଫାଇଲ ଫଟୋ

ଅମରାବତୀ: ନିବେଶକଙ୍କୁ ଆକୃଷ୍ଟ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ପ୍ରୟାସ । ଏନେଇ ଜଗନ ବୈଦେଶିକ ମନ୍ତ୍ରଣାଳୟର ସହଯୋଗରେ ଏକ ମେଗା କନଫରେନ୍ସର ଆୟୋଜନ କରୁଛନ୍ତି । ଅଗଷ୍ଟ 9ରେ ଏହି କାର୍ଯ୍ୟକ୍ରମ ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ହେବ ବୋଲି ସୂଚନା ମିଳିଛି ।

ଏହି କନଫରେନ୍ସରେ ବିଭିନ୍ନ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ । ପାଖାପାଖି 30ରୁ 40ଟି ଦେଶର ଆମ୍ବାସାଡାର, କୁଟନୈତିଜ୍ଞ ଓ ପରାମର୍ଶଦାତା ଉପସ୍ଥିତ ରହିବେ ।

ଏହି କାର୍ଯ୍ୟକ୍ରମକୁ 2 ପର୍ଯ୍ୟାୟରେ ଆୟୋଜନ କରାଯିବ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ସମସ୍ତ ଦେଶର ଆମ୍ବାସାଡର ଓ ପରାମର୍ଶଦାତାଙ୍କୁ ଭେଟିବେ । ଏହାପରେ ରେଡ୍ଡୀ ସବୁ ଦେଶର ପ୍ରତିନିଧିଙ୍କ ସହ ଏକ ବୈଠକ କରିବେ ।

ଖବର ଅନୁଯାୟୀ, ସାଉଥ କୋରିଆ ଦ୍ବାରା ପ୍ରତିଷ୍ଠିତ କିଆ ମୋଟର୍ସ କମ୍ପାନୀ ଅଗଷ୍ଟ 8 ତାରିଖରେ ତାର ନୂଆ ବ୍ରାଣ୍ଡ କାରକୁ ମାର୍କେଟକୁ ଲଞ୍ଚ କରୁଛି । ଏହାର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ପାଇଁ କମ୍ପାନୀ ନିମନ୍ତ୍ରଣ କରିଛି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.